ଛୋଟ ବନ୍ୟା ଆଶଙ୍କା - ସର୍ବୋଚ୍ଚ ଯନ୍ତ୍ରୀ

ଛୋଟ ବନ୍ୟା ଆଶଙ୍କା - ସର୍ବୋଚ୍ଚ ଯନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର: ରାଜ୍ୟକୁ ନାହିଁ ବନ୍ୟା ଆଶଙ୍କା । ରାଜ୍ୟରେ ସପ୍ତାହେ ଧରି ଲଘୁଚାପ ଫଳରେ କେତେକ ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି । ବିଶେଷ କରି ବୈତରଣୀ ନଦୀରେ ଏକ ସ୍ୱଳ୍ପ କିମ୍ବା ଛୋଟ ଧରଣର ବନ୍ୟା ଆସିପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସତର୍କ କରାଇ ଦେଇଛନ୍ତି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସହ ନିରନ୍ତର ନଜର ରଖାଯାଇଛି । ବୈତରଣୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ବିଶେଷ କରି ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ପଡ଼ିପାରେ । ତେଣୁ ଏହି ଦୁଇ ଜିଲ୍ଲାର ନଦୀକୂଳିଆ ତଥା ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ଓ ସଚେତନ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଆଖୁଆପଦାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିପାରେ। ମହାନଦୀର ଉପର ମୁଣ୍ଡରେ ନୁହେଁ, ଓଡ଼ିଶାରେ ବେଶୀ ବର୍ଷା ହୋଇଛି । ଖଇରମାଳରୁ ବରଗଡ଼ ଭିତରେ ବେଶୀ ବର୍ଷା ହୋଇଛି ହୋଇଛି ବୋଲି ସୂଚନା ଦେଇଛି ଜଳସମ୍ପଦ ବିଭାଗ । 

ସେପଟେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଓ ଉପରମୁଣ୍ଡର ବର୍ଷା ସ୍ଥିତିକୁ ସମୀକ୍ଷା କରାଯାଉଛି। ହୀରାକୁଦର ଜଳଭଣ୍ଡାର ଜଳସ୍ତରର ୬୦୪ ଫୁଟ ରହିଛି । ଏହାର ଜଳସ୍ତର ୬୦୭ ଫୁଟ ଅତିକ୍ରମ କଲେ ନିଷ୍କାସନ ଚିନ୍ତା କରାଯିବ। ଆଗାମୀ ଦୁଇ ଦିନ ମଧ୍ୟରେ ଆବଶ୍ୟକତା ଅନୁଯାୟୀ ହୀରାକୁଦ ଡ୍ୟାମର ଗେଟ୍ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏସବୁ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ଉପରେ ପାଣିପାଗ ବିଭାଗ କଡ଼ା ନଜର ରଖିଛି । ଯଦି ପୁଣି ବର୍ଷାର ପରିମାଣ ବଢ଼େ, ତେବେ ବନ୍ୟା ପରିସ୍ଥିତି ଜଟିଳ ହୋଇପାରେ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ସ୍ଥିତିରେ ସରକାରୀ ସ୍ତରରେ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଥିବା ସୂଚନା ମିଳିଛି ।

 

Tags: