ଟ୍ରେନ ଟ୍ରାକରେ ଷ୍ଟଣ୍ଟ କରି ନାବାଳକ ମୃତ

ଟ୍ରେନ ଟ୍ରାକରେ ଷ୍ଟଣ୍ଟ କରି ନାବାଳକ ମୃତ
Samaya Live News Picture
Published On

ବୌଦ୍ଧ  : ବାରମ୍ବାର ଦୁର୍ଘଟଣା ସତ୍ତ୍ୱେ ମଧ୍ୟ ସଚେତନ ହେଉ ନାହାନ୍ତି ଅମାନିଆ । ରିଲ୍ସ ପାଇଁ ପୁଣି ଥରେ ରେଲ୍ୱେ ଟ୍ରାକରେ ଷ୍ଟଣ୍ଟ କରି ମୃତ୍ୟୁ ମୁଖରେ ପଡିଛନ୍ତି ଜଣେ ନାବାଳକ । ଶୁକ୍ରବାର ସନ୍ଧ୍ୟାରେ  ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ ଘଟିଛି ଏହି ଅଘଟଣ । ମୃତକଙ୍କ ନାଁ ସାଇଶ୍ରୀ ମହାନାଦିଆ । ତାଙ୍କ ଘର ବୌଦ୍ଧ ଜିଲ୍ଲା ତଲୁପାଲି ଗାଁରେ ବୋଲି ସୂଚନା ମିଳିଛି ।  ଟ୍ରେନ ଧକ୍କାରେ ମୁଣ୍ଡ ଚୁରମାର ହୋଇଯାଇଥିବା ବେଳେ ଗୋଟିଏ ଗୋଡ଼ ମଧ୍ୟ କଟି ଯାଇଛି । ଖବର ପାଇ ଘଟଣା ସ୍ଥଳରେ ବାଉଁସୁଣୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ଟ୍ରେନ ତଳେ ଶୋଇ ରିଲ୍ସ କରୁଥିଲେ ନାବାଳକ । ଏନେଇ ତାଙ୍କ ପରିବାରକୁ ଚେତାବନୀ ଦେଇଥିଲା ପୋଲିସ ।

Tags: