ମହୁ ସଂଗ୍ରହ କରିବାକୁ ଯାଇ ପଥର ସନ୍ଧିରେ ଫସିଥିବା ନାବାଳକ

ମହୁ ସଂଗ୍ରହ କରିବାକୁ ଯାଇ ପଥର ସନ୍ଧିରେ ଫସିଥିବା ନାବାଳକ
Samaya Live News Picture
Published On

ନୟାଗଡ଼ : ମହୁ ସଂଗ୍ରହ କରିବା ହେଲା କାଳ । କାଣିପଦା ଜଙ୍ଗଲ ପଥର ଖୋଲରେ ଫସିଲେଗଲା ନାବାଳକଙ୍କ ମୁଣ୍ଡ । ଆଜି ସକାଳେ ନାବାଳକ ଜଣକ ତାଙ୍କ ବଡ଼ ବାପାଙ୍କ ସହ ମହୁ ସଂଗ୍ରହ କରିବାକୁ ଓଡଗାଁ ବାଉଁଶଗାଡିଆ ସ୍ଥିତ ଜଙ୍ଗଲକୁ ଯାଇଥିଲେ । ତେବେ ଏକ ପଥର ଖୋଲ ଭିତରେ ମହୁ ସଂଗ୍ରହ କରୁଥିବାବେଳେ ନାବାଳକଙ୍କ ମୁଣ୍ଡ ଲାଖି ଯିବାରୁ ଆଉ ବାହାରକୁ ବାହାରି ପରି ନଥିଲେ । ନାବାଳକଙ୍କୁ ଉଦ୍ଧାର କରିବାକୁ ନାକେଦମ ହୋଇଛି ଅଗ୍ନିଶମ ବାହିନୀ । ଉଦ୍ଧାର କାର୍ଯ୍ୟରେ ନୟାଗଡ଼ ଓ ଓଡଗାଁ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିଛନ୍ତି । ତେବେ ଶେଷ ସୂଚନା ଅନୁସାରେ ସୁରକ୍ଷିତ ଭାବରେ ନାବାଳକଙ୍କୁ ପଥର ସନ୍ଧିରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ୫ଘଂଟାର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ।

Tags: