ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗୀୟ ରିପୋର୍ଟ କାର୍ଡ ପ୍ରଦାନ କରିବେ ମନ୍ତ୍ରୀ

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗୀୟ ରିପୋର୍ଟ କାର୍ଡ ପ୍ରଦାନ କରିବେ ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାରଙ୍କୁ ୨ ବର୍ଷ ପୁରିବାକୁ ଯାଉଛି । ଏହାରି ମଧ୍ୟରେ ମନ୍ତ୍ରୀ ମାନଙ୍କର  ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା ହେବ । ଜୁନ ୨ରୁ ୯ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯିବ । ଆଜି ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧୀନରେ ଥିବା କୃଷି ଓ ଶକ୍ତି ବିଭାଗର କାର୍ଯ୍ୟର ସମୀକ୍ଷା ହେବ ବୋଲି ଜଣାପଡ଼ିଛି । ଆସନ୍ତା  ।

ଏହାସହିତ ପ୍ରତିଦିନ ବିଭିନ୍ନ ବିଭାଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜ ନିଜର ଉପଲବ୍ଧି ଗଣାଇବେ । ସରକାର ୨ ବର୍ଷରେ କେଉଁ ସବୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ତାହାର ହିସାବ ରଖିବେ । ସେହିପରି ଜୁନ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତାକୁ ନେଇ ପ୍ରତି ଜିଲ୍ଲାକୁ ଯିବେ ସରକାର। ଦୁଇବର୍ଷ ପୂର୍ତ୍ତି ଅବସରରେ ଜନତାଙ୍କୁ ଅନେକ ନୂଆ ଯୋଜନା ଓ ପ୍ରକଳ୍ପ ଭେଟିଦେବେ ସରକାର ।

 

Tags: