ଡାକ୍ତରଙ୍କ ଦାବିର ତର୍ଜମା ପାଇଁ କମିଟି ଗଠନ - ମନ୍ତ୍ରୀ

ଡାକ୍ତରଙ୍କ ଦାବିର ତର୍ଜମା ପାଇଁ କମିଟି ଗଠନ - ମନ୍ତ୍ରୀ

ଭୁବନେଶ୍ୱର: ଓମ୍‌ସାର ଡାକ୍ତରଙ୍କ ସମସ୍ୟାର ହେବ ସମାଧାନ । ଦୀର୍ଘ ଦିନଧରି ଆନ୍ଦୋଳନ କରୁଥିବା  ଡାକ୍ତରଙ୍କ ଦାବିର ତର୍ଜମା ପାଇଁ ସଚିବସ୍ତରୀୟ କମିଟି ଗଠନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟ ସଚିବ, ଆଇନ ସଚିବ ଓ ଅର୍ଥ ସଚିବ କମିଟିରେ ସଦସ୍ୟ ଅଛନ୍ତି । ଡାକ୍ତର ସଙ୍ଘର ଦାବିକୁ ତର୍ଜମା କରି ରିପୋର୍ଟ ଦେବ କମିଟି । ମୁଁ ମଧ୍ୟ କମିଟି ସହ ଯୋଗାଯୋଗରେ ଅଛି,  ମୋ ସହ ବୈଠକ ହୋଇସାରିଛି, ସଚିବସ୍ତରୀୟ କମିଟି ଗଠନ ହୋଇଛି । ମନ୍ତ୍ରୀ କହିଛନ୍ତି ଡାକ୍ତର ସଙ୍ଘର ଦାବି ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ହୋଇଛି ।ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର କୁହୁଡି ଯୋଗୁଁ ଭୁବନେଶ୍ୱରରୁ ୩ ବିମାନ ଉଡାଣ ବାତିଲ,୫ ବିଳମ୍ବ

 

ସମ୍ବନ୍ଧିତ ଖବର ମାର୍ଚ୍ଚରେ ଓଡିଶା ଆସିବେ ପ୍ରିୟଙ୍କା - ଭକ୍ତ

Tags: