ଜୁନ ୨ରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା
ଭୁବନେଶ୍ୱର : ଜୁନ ୨ରୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨ତାରିଖରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ ବିଭାଗର ରିପୋର୍ଟକାର୍ଡ ସମୀକ୍ଷା ହେବାକୁ ଥିବାବେଳେ ୩ ତାରିଖରେ ହେବ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ରିପୋର୍ଟ କାର୍ଡ ସମୀକ୍ଷା । ସେହିପରି ଜୁନ ୯ ତାରିଖ ପର୍ଯ୍ୟନ୍ତ ବିଭାଗୀୟ ମନ୍ତ୍ରୀଙ୍କର ରିପୋର୍ଟକାର୍ଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ସବୁ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଉଛନ୍ତି। ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ପ୍ରତିକ୍ରିୟା ଦେଇ କହିଛନ୍ତି , ୨ ବର୍ଷ ଭିତରେ ରାଜ୍ୟରେ ଶିଳ୍ପର ଉନ୍ନତି ଘଟିଛି । ଆମ ବିଭାଗ ବହୁତ କାମ କରିଛି । ପୂର୍ବରୁ ମେଟାଲ ସେକ୍ଟରରେ ଅଧିକ ପୁଞ୍ଜି ନିବେଶ ଆସୁଥିବା ବେଳେ ଏବେ ଅକ୍ଷୟ ଶକ୍ତି, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ସେମି କଣ୍ଡକ୍ଟର କ୍ଷେତ୍ରରେ ଅଧିକ ପୁଞ୍ଜି ଆସୁଛି। ପୁଞ୍ଜି ନିବେଶ ଠାରୁ ଗ୍ରାଉଣ୍ଡିଂ ଯାଏଁ ବିଭାଗ ମନିଟରିଂ କରୁଛି। ଅନେକ ସଫଳତା ମିଳୁଛି। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଆ ପିଲାଙ୍କୁ ବିଶ୍ୱ ସ୍ତରରେ ସଫଳତା ମିଳୁଛି। ସମସ୍ତ ଆଇଟିଆଇ କେନ୍ଦ୍ର ଗୁଡିକ ସଶକ୍ତ କରାଯାଇଛି।



