ମନ୍ତୀଙ୍କୁ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଦାୟିତ୍ବ

ମନ୍ତୀଙ୍କୁ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ ଦାୟିତ୍ବ
Samaya Live News Picture
Published On

ଭୁବନେଶ୍ବର: ଓଡ଼ିଶା ସରକାର ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡକୁ ପୁନର୍ଗଠିତ କରିଛନ୍ତି । ତେବେ ଏହି ପ୍ରକ୍ରିୟାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡ ପୁନର୍ଗଠନ କରିବାର ଦିନକ ପରେ ତାହାର ଅଧ୍ୟକ୍ଷଙ୍କୁ ବଦଳାଯାଇଛି । ମାତ୍ର ୨ ଦିନ ମଧ୍ୟରେ ନିଷ୍ପତି ବଦଳାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୧, ୨୦୨୬ରେ ବୋର୍ଡ ଗଠନ ନେଇ ବିଜ୍ଞପ୍ତି ସଂଖ୍ୟା ୪୨୫୫ ପ୍ରକାଶ ପାଇଥିଲା। କିନ୍ତୁ ଏହାର ଦୁଇ ଦିନ ପରେ, ଅର୍ଥାତ୍ ଏପ୍ରିଲ ୨୩, ୨୦୨୬ରେ, ବିଭାଗ ପକ୍ଷରୁ ଏହି ପୂର୍ବ ବିଜ୍ଞପ୍ତିକୁ ବାତିଲ କରିବା ପାଇଁ ଅନୁରୋଧ କରାଯାଇଥିଲା ଏବଂ ସେହି ଦିନ ହିଁ ବିଜ୍ଞପ୍ତି ସଂଖ୍ୟା ୪୪୦୭ ମାଧ୍ୟମରେ ନୂତନ ବୋର୍ଡ ଗଠନ କରାଯାଇଥିଲା।

ଏହି ନୂତନ ବିଜ୍ଞପ୍ତିରେ ବୋର୍ଡର ଅଧ୍ୟକ୍ଷ ପଦରେ ପ୍ରମୁଖ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସଏସଇପିଡି) ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ମୁଖ୍ୟ ଶାସନ ସଚିବଙ୍କୁ ଏହି ବୋର୍ଡର ଅଧ୍ୟକ୍ଷ ରଖାଯାଇଥିଲା; କିନ୍ତୁ ବିଭାଗ ପକ୍ଷରୁ ଗୁୁରୁବାର ପ୍ରକାଶିତ ଆଉ ଏକ ବିଜ୍ଞପ୍ତିରେ ମୁଖ୍ୟ ସଚିବଙ୍କୁ ହଟାଇ ବିଭାଗୀୟ ମନ୍ତ୍ରୀଙ୍କୁ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଅନ୍ୟ କୌଣସି ସଦସ୍ୟଙ୍କୁ ପରିବର୍ତ୍ତନ କରାଯାଇ ନାହିଁ।ଗତ ବର୍ଷ ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ ସମୟରେ ଏସଏସଇପିଡି ମନ୍ତ୍ରୀଙ୍କୁ ଏହାର ଅଧ୍ୟକ୍ଷ ରଖା ଯାଇଥିଲା; କିନ୍ତୁ ପୁନର୍ଗଠନ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଏହି ଦାୟିତ୍ବ ଦିଆଗଲା।

ରାଜ୍ୟରେ ଥିବା ତୃତୀୟ ଲିଙ୍ଗୀ ନାଗରିକଙ୍କ ଅଧିକାର ସୁନିଶ୍ଚିତ କରିବା ସହ ଆଇନ ଅନୁସାରେ ସେମାନଙ୍କ କଲ୍ୟାଣ ଓ ଥଇଥାନ ପାଇଁ ପଦକ୍ଷେପ ନେବା ଏହି ବୋର୍ଡର ଦାୟିତ୍ବ।

 

Tags: