୭ଟି ସରକାରୀ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପାଇଁ ମନ୍ତ୍ରୀଙ୍କ ନିର୍ଦେଶ

୭ଟି ସରକାରୀ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପାଇଁ ମନ୍ତ୍ରୀଙ୍କ ନିର୍ଦେଶ
Samaya Live News Picture
Published On

ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ୭ଟି ସରକାରୀ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଵିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ଏମ୍.ଏସ୍. ଲ' ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭଳି ୭ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର 'ନାକ୍'  ମାନ୍ୟତା ନବୀକରଣ ହୋଇ ନଥିବାରୁ ଏହାକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଶ୍ୱବିଦ୍ୟାଳୟଗୁଡ଼ିକର ଶିକ୍ଷାର ମାନ, ଭିତ୍ତିଭୂମି ଓ ଜାତୀୟ ସ୍ତରରେ ସ୍ଥାନକୁ ଉନ୍ନତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରଶାସନିକ ଓ ଲଜିଷ୍ଟିକ୍ ସହାୟତା ରାଜ୍ୟ ସରକାର ଯୋଗାଇଦେବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

ସେହିପରି ମନ୍ତ୍ରୀ କହିଛନ୍ତି ,ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ସରିଛି।୧୪୦୦ରୁ ଅଧିକ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପଦବୀ ପୂରଣ ପାଇଁ ସାକ୍ଷାତକାର ପ୍ରକ୍ରିୟା ଚାଲିଛି । UGC ସହ ସମନ୍ୱୟ ରଖି ଉଚ୍ଚଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି ।

Tags: