ଖଣି ଦୁର୍ନୀତି ମାମଲା,ସମ୍ବଲପୁରରେ ସିବିଆଇ ଟିମ

ଖଣି ଦୁର୍ନୀତି ମାମଲା,ସମ୍ବଲପୁରରେ ସିବିଆଇ ଟିମ

ଭୁବନେଶ୍ୱର : ତଲାବିରା କୋଇଲା ଖଣି ଦୁର୍ନୀତି ମାମଲାରେ ତନାଘନା । ସମ୍ବଲପୁର ତଲାବିରା କୋଇଲା ଖଣି ଦୁର୍ନୀତି ନେଇ ପୁଣି ଘାଣ୍ଟିବ ସିବିଆଇ । ଆଜି ନୂଆଦିଲ୍ଲୀରୁ ସିବିଆଇର ଏକ ଟିମ୍ ସମ୍ବଲପୁର ପହଞ୍ଚିବା ପରେ ଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ୧୯ ଜଣଙ୍କୁ କରିବ ଜେରା । କୋଇଲା ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଫେବ୍ରୁଆରି ୧୯୯୪ ମସିହାରେ ଇଣ୍ଡଲ ତଥା ବର୍ତ୍ତମାନର ହିଣ୍ଡାଲ୍‌ ଇଣ୍ଡଷ୍ଟ୍ରିକୁ ତଲାବିରା-୧ କୋଇଲା ଖଣି ଆବଣ୍ଟନ କରାଯାଇଥିଲା । ଯେତିକି କୋଇଲା ଖନନ ପାଇଁ ଅନୁମତି ମିଳିଥିଲା, ହିଣ୍ଡାଲ୍ ତାଠାରୁ ବହୁ ଅଧିକ ପରିମାଣର କୋଇଲା ଖନନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆବଶ୍ୟକ ଅନୁମତି ବିନା କମ୍ପାନି କୋଇଲା ଖନନ କରିଥିଲା । ଏନେଇ ପୂର୍ବରୁ ତଲାବିରା କୋଇଲା ଦୁର୍ନୀତି ସଂକ୍ରାନ୍ତରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା ।

ସମ୍ବନ୍ଧିତ ଖବର ମାଓମୁକ୍ତ ହେବ ରାଜ୍ୟ, ଦିନକରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

ପରବର୍ତ୍ତୀ ସମୟରେ ମାମଲାକୁ ବନ୍ଦ କରିଦିଆଯାଇଥିଲା । ୨୦୧୪ ମସିହାରେ ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ପରେ ପୁଣି ସିବିଆଇ ପକ୍ଷରୁ ଏକ ନୂଆ ମାମଲା ରୁଜୁ କରାଯାଇଥିଲା ।  ଏଥିରେ କେତେକ ଅଜ୍ଞାତ ସରକାରୀ ଅଧିକାରୀ ଓ ହିଣ୍ଡାଲ୍‌କୋ ଇଣ୍ଡିଷ୍ଟ୍ରିକୁ ପକ୍ଷଭୁକ୍ତ କରାଯାଇଥିଲା । ସେହି ସମୟରେ ମୁମ୍ବାଇ ସମେତ ସମ୍ବଲପୁର ଜିଲ୍ଲାର ୪ଟି ଜାଗାରେ ସିବିଆଇ ଚଢ଼ଉ କରିଥିଲା । ଏହାପରେ ୨୦୨୨ ରେ ସିବିଆଇ ପକ୍ଷରୁ ପୁଣିଥରେ ଜେରା କରାଯାଇଥିବାବେଳେ ଆଜି ପୁଣି ଥରେ ଜେରା କରାଯିବ ।

ସମ୍ବନ୍ଧିତ ଖବର ଅପହରଣର ୫ ଘଣ୍ଟା ପରେ ମିଳିଲେ ସ୍କୁଲ ଛାତ୍ରୀ

 

ସମ୍ବନ୍ଧିତ ଖବର  ବ୍ରେକ ଫେଲ ହେଲା ପୋଲିସ ଗାଡି,ଅଳ୍ପକେ ବର୍ତ୍ତୀଲେ ଆନ୍ଦୋଳନକାରୀ ଏବଂ ପୋଲିସ

Tags: