ଜଙ୍ଗଲ ନିଆଁ ଲିଭାଇବା ପାଇଁ ବ୍ୟବହାର ହେବ ମିନି ଡ୍ରୋନ୍‌

ଜାଣିଶୁଣି ନିଆଁ ଲଗାଇଲେ କଡା କାର୍ଯ୍ୟାନୁଷ୍ଠାନ

ଜଙ୍ଗଲ ନିଆଁ ଲିଭାଇବା ପାଇଁ ବ୍ୟବହାର ହେବ ମିନି ଡ୍ରୋନ୍‌

ଭୁବନେଶ୍ବର: ବନାଗ୍ନି ରୋକିବା ପାଇଁ  ବିଭାଗ ପକ୍ଷରୁ ତତ୍ପରତା । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସ୍ଥାନୀୟ ସଜାଗତା ଉପରେ ଗୁରୁତ୍ୱ ଦେଇଛନ୍ତି ପିସିସିଏଫ୍‌ (PCCF) ।

ସମ୍ବନ୍ଧିତ ଖବର ବିଦ୍ୟାର୍ଥୀମାନେ ଦେଶ ଗଠନରେ ପ୍ରମୁଖ ଭୂମିକା ନିଅନ୍ତୁ: ଡଃ ତିରୁପତି ପାଣିଗ୍ରାହୀ

ଜଙ୍ଗଲ ନିଆଁ ଲିଭାଇବା ପାଇଁ ବ୍ୟବହାର ହେବ ମିନି ଡ୍ରୋନ୍‌ । ବିଶେଷ କରି ଶିମିଳିପାଳ ଭଳି ଅଭୟାରଣ୍ୟ ଓ ରାଉରକେଲାର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ହାଇ-ରିଜୋଲ୍ୟୁସନ୍ କ୍ୟାମେରା ଜରିଆରେ ନଜର ରଖାଯାଉଛି। 

ସମ୍ବନ୍ଧିତ ଖବର ଅସଦାଚରଣ ଅଭିଯୋଗରେ ଅଧ୍ୟାପକ ନିଲମ୍ବିତ

ନିଆଁ ଯେପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନବ୍ୟାପିବ, ସେଥିପାଇଁ ରାଜ୍ୟରେ ପ୍ରାୟ ୨୦,୪୬୧ଟି ଫାୟାର ଲାଇନ ସୃଷ୍ଟି କରାଯାଇଛି। ଏହା ଜଙ୍ଗଲ ମଧ୍ୟରେ ଏକ ପ୍ରତିବନ୍ଧକ ଭାବେ କାମ କରିବ। ଜଙ୍ଗଲ ହେଉଛି ଆମ ସମ୍ପତ୍ତି। ଏଣୁ କୌଣସି ସ୍ଥାନରେ ନିଆଁ ଲାଗିଥିବାର ଦେଖିଲେ ତୁରନ୍ତ ସହାୟତା ପାଇଁ ବନ ବିଭାଗ ଏକ ଟୋଲ୍ ଫ୍ରି ନମ୍ବର ଜାରି କରିଛି। ଉକ୍ତ ନମ୍ବରଟି ହେଉଛି 18003457158। 

ସମ୍ବନ୍ଧିତ ଖବର ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

କେତେକ ଅସାମାଜିକ ବ୍ୟକ୍ତି ବା ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କୁ ପିସିସିଏଫ୍‌ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଯଦି କେହି ଜାଣିଶୁଣି ନିଆଁ ଲଗାନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Tags: