ଆଉ ନିର୍ବାଚନ ଲଢ଼ିବେ ନାହିଁ ଖଣି ମନ୍ତ୍ରୀ ବିଭୁତି ଜେନା

ଆଉ ନିର୍ବାଚନ ଲଢ଼ିବେ ନାହିଁ ଖଣି ମନ୍ତ୍ରୀ ବିଭୁତି ଜେନା

ଭୁବନେଶ୍ୱର : ଖଣି ମନ୍ତ୍ରୀ ବିଭୂତି ଜେନା ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି । ଆଗକୁ ଆଉ ନିର୍ବାଚନ ନଲଢ଼ି ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ କହିଛନ୍ତି ମନ୍ତ୍ରୀ  । 

ସମ୍ବନ୍ଧିତ ଖବର ସୁନା-ରୂପା ମୂଲ୍ୟ ବୃଦ୍ଧି,ଚିନ୍ତାରେ ଗ୍ରାହକ

ମନ୍ତୀ କହିଛନ୍ତି ,ଆଗକୁ ଆଉ ନିର୍ବାଚନ ଲଢ଼ିବାର ଇଛା ନାହିଁ । ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ । ୪୫ ବର୍ଷୀୟ ଯୁବକ ରାଷ୍ଟ୍ରୀୟ ଅଧ୍ୟକ୍ଷ, ଯୁବକମାନେ ଆଗକୁ ଆସିବା ଦରକାର ବୋଲି କହିଛନ୍ତି । ତେବେ  ସେ ଦଳ ନଛାଡିବା ନେଇ ମଧ୍ୟ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି । ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ କରିବି । ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ପ୍ରସ୍ତୁତି କରି ସାରିଥିବା କହିଛନ୍ତି ଖଣି ମନ୍ତ୍ରୀ ।

ସମ୍ବନ୍ଧିତ ଖବର ହ୍ଵାଟ୍ସଆପ ରେ ମିଳିବ ରାଜସ୍ବ ସେବା - ମନ୍ତ୍ରୀ

 

ସମ୍ବନ୍ଧିତ ଖବର ଆଲିଆଙ୍କ ପ୍ରଶଂସା

Tags: