ଖୁବଶୀଘ୍ର ମିଲର୍ସଙ୍କ ସମସ୍ୟାର ସମାଧାନ ହେବ - ସମବାୟ ମନ୍ତ୍ରୀ

ଖୁବଶୀଘ୍ର ମିଲର୍ସଙ୍କ ସମସ୍ୟାର ସମାଧାନ ହେବ - ସମବାୟ ମନ୍ତ୍ରୀ

ଭୁବନେଶ୍ୱର : ଟଳୁନାହି ମଣ୍ଡି ସମସ୍ୟା । ହୋଇ ପାରୁନାହିଁ ଧାନ ବିକ୍ରି । ମଣ୍ଡି ସମସ୍ୟା ନେଇ ସମ୍ବଲପୁରରେ ତାତିଲେ ଚାଷୀ । ଧାନ ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ। ଯାହାକୁ ନେଇ  ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ I ବାରମ୍ବାର ଚାଷୀଙ୍କ ଆନ୍ଦୋଳନ ପରେ ବି ସମାଧାନ କରୁନାହାନ୍ତି ରାଜ୍ୟ ସରକାର । ଖଲିଆପାଲି ଧାନ ମଣ୍ଡିରେ ପୁଣି ତାତିଛନ୍ତି ଶହ ଶହ ଚାଷୀ । ମିଲର୍ସମାନେ ଧାନ ଉଠାଉ ନଥିବାରୁ ମଣ୍ଡିଗୁଡ଼ିକରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି । କଷ୍ଟଲବ୍ଧ ଅମଳ ବିକ୍ରି ହୋଇପାରୁ ନଥିବାରୁ ଚାଷୀମାନେ ଅତିଶୟ ହନ୍ତସନ୍ତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ  ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଚାଷୀ । 

ସମ୍ବନ୍ଧିତ ଖବର ଆହୁରି ୪ ଦିନ କଲବଲ କରିବ ଘନ କୁହୁଡି,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଏହାକୁ ନେଇ ଆଜି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସ୍ପଷ୍ଟ କରିଛନ୍ତି ଖୁବଶୀଘ୍ର ମିଲର୍ସ ମାନଙ୍କ ସମସ୍ୟା ର ସମାଧାନ ହେବ I ଆନ୍ଦୋଳନ କରୁଥିବା ମିଲର୍ସମାନଙ୍କ ଦାବିରେ କୌଣସି ଯଥାର୍ଥତା ନାହିଁ । ଯୋଗାଣ ବିଭାଗ ପକ୍ଷରୁ ମିଲର୍ସମାନଙ୍କ ସହ ବାରମ୍ବାର ଆଲୋଚନା ଓ ବିଚାରବିମର୍ଶ କରାଯାଉଛି । ସେ କହିଛନ୍ତି, ଯଦି ମିଲର୍ସମାନେ ଧାନ ରଖିବେ, ତେବେ ଯାଇ ମିଲିଂ ପ୍ରକ୍ରିୟା ଆଗକୁ ବଢ଼ିପାରିବ । ସରକାର ଏହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଖୁବଶୀଘ୍ର ଏହାର ସମାଧାନ କରାଯିବ  । 

ସମ୍ବନ୍ଧିତ ଖବର ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ବରିଷ୍ଠ ନେତାଙ୍କ ମେଳି

 

ସମ୍ବନ୍ଧିତ ଖବର ନୂଆବର୍ଷରେ ଭକ୍ତିମୟ ପରିବେଶ,ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

Tags: