ସୌମ୍ୟ ହତ୍ୟା ମାମଲା, ଝାରପଡା ଜେଲରେ କ୍ରାଇମବ୍ରାଞ୍ଚ ଜେରା
ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣା । ଅଭିଯୁକ୍ତଙ୍କୁ ଜେରା ପାଇଁ ଆଜି ଝାରପଡା ଜେଲ୍ର ପହଞ୍ଚିଛନ୍ତି ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ଜେରା ପାଇଁ କୋର୍ଟରୁ ମିଳିଛି ଅନୁମତି । କ୍ରଇମବ୍ରାଞ୍ଚ ଡିସିପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଅଭିଯୁକ୍ତଙକୁ ପର୍ଯ୍ୟାୟ କ୍ରମେ ଜେରା କରାଯିବ । ଆବଶ୍ୟକ ସ୍ଥଳେ ଜେରା ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ କରାଯିବ ବୋଲି ସୂଚନା ମିଳିଛି । ତଦନ୍ତକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ହତ୍ୟାକାଣ୍ଡର ପୃଷ୍ଠଭୂମି, ଷଡ଼ଯନ୍ତ୍ର, ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଭୂମିକା ଏବଂ ପୂର୍ବରୁ ମିଳିଥିବା ତଥ୍ୟର ସତ୍ୟତା ଯାଞ୍ଚ କରିବା ଉଦ୍ଦେଶ୍ୟରେ ଏହି ପଚରା ଉଚରା କରାଯାଇଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣକୁ ଗିରଫ କରାଯାଇଛି ।
ପୂର୍ବରୁ ପ୍ରଥମ ତିନି ଜଣଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ବେଳେ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । କେସର ତୁରନ୍ତ ଚାର୍ଜସିଟ୍ ପାଇଁ ଅଣ୍ଟାଭିଡିଛି କ୍ରାଇମବ୍ରାଞ୍ଚ । ତେଣୁ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ଝାରପଡା ଜେଲରେ ଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରିବ ଟିମ୍ । ବିଶେଷ କରି ସୌମ୍ୟ ହତ୍ୟା କେସ ସହ ସେଠାରେ ପୀଡିତାଙ୍କୁ ହୋଇଥିବା ଅସଦାଚରଣ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍ ।
ସୂଚନାନୁସାରେ, ଗତ ମେ’ ୭ରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ଘଟିଥିଲା ବର୍ବରଚିତ ଭିଡ଼ ହିଂସା । ପୋଲିସ ଉପସ୍ଥିତିରେ ସୌମ୍ୟଙ୍କୁ ପିଟିପିଟି ଲୋକେ ହତ୍ୟା କରିଥିଲେସ୍ଥାନୀୟ ଲୋକେ । ସୌମ୍ୟ ମା'ଙ୍କ ଅଭିଯୋଗ କ୍ରମେ ଏହି ଘଟଣାରେ ସମ୍ପୃକ୍ତ ଆଇପିଏସ୍ ଅଧିକାରୀ ତଥା ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରାଯାଇଥିଲା । ତାଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ସେହିଭଳି ଚଳିତ ଜୁଲାଇ ୩ ତାରିଖରେ ସୌମ୍ୟରଞ୍ଜନଙ୍କ ଅନ୍ୟତମ ସହଯୋଗୀ ଓମ ପ୍ରକାଶ ରାଉତର ମଧ୍ୟ ଲାଇଡିଟେକ୍ସନ ଟେଷ୍ଟ କରାଯାଇଛି ।




