ପ୍ରବାସୀ ଶ୍ରମିକଙ୍କ FTL ସିଲିଣ୍ଡର ୨ ଗୁଣା

ପ୍ରବାସୀ ଶ୍ରମିକଙ୍କ FTL ସିଲିଣ୍ଡର ୨ ଗୁଣା
Samaya Live News Picture
Published On

ଭୁବନେଶ୍ୱର :  ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର । ପ୍ରବାସୀ ଶ୍ରମିକଙ୍କ FTL ୫ କେଜି ସିଲିଣ୍ଡର ଯୋଗାଣ ୨ ଗୁଣା ହେଲା । ଏନେଇ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । FTL ସିଲିଣ୍ଡର ଗୁଡିକ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ନିୟନ୍ତ୍ରଣରେ ରହିବ । ଏହି ସିଲିଣ୍ଡର ଗୁଡିକ କେବଳ ପ୍ରବାସୀ ଶ୍ରମିକଙ୍କ ପାଇଁ ବ୍ୟବହାର କରାଯିବ । ଏହି କାର୍ଯ୍ୟରେ ତୈଳ କମ୍ପାନୀ ଗୁଡିକର (OMCs) ସହାୟତା ନିଆଯିବ ।

ପ୍ରତି ରାଜ୍ୟରେ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଶ୍ରମିକମାନେ କାମ ପାଇଁ ନିଜ ଘର ଛାଡ଼ି ବାହାରେ ରହୁଛନ୍ତି ସେମାନଙ୍କୁ ସହଜରେ ଏବଂ ଅଧିକ ସଂଖ୍ୟାରେ ରନ୍ଧନ ଗ୍ୟାସ ଉପଲବ୍ଧ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ । ରାଜ୍ୟଗୁଡ଼ିକରେ ଥିବା ବିଭିନ୍ନ ବିତରଣ କେନ୍ଦ୍ରରେ ଚାହିଦା ମୁତାବକ ଏହାର ଯୋଗାଣ ବଢ଼ାଯିବ । ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କୁ ରନ୍ଧନ ଗ୍ୟାସ ସୁବିଧା ଯୋଗାଇ ଦେବା ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ।

Tags: