ମଧ୍ୟପ୍ରାଚ୍ୟ ତୈଳ ସଙ୍କଟ: ସରକାରୀ ବସରେ ଯିବେ ପରିବହନ ମନ୍ତ୍ରୀ

ମଧ୍ୟପ୍ରାଚ୍ୟ ତୈଳ ସଙ୍କଟ: ସରକାରୀ ବସରେ ଯିବେ ପରିବହନ ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ପେଟ୍ରୋଲ ଡିଜେଲ ପରିବର୍ତ୍ତେ ଇଭି ଗାଡି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀଙ୍କ  ଦେଶବାସୀଙ୍କୁ ଆହ୍ବାନ । ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ଇନ୍ଧନ ବଞ୍ଚାଇବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।ଏହା ସହ ନିଜ କାରକେଡ୍ ରୁ ଗାଡି ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିଛନ୍ତି ପିଏମ୍।  ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଧ୍ୟ ଅଧିକ ଇଭି ଗାଡି ବ୍ୟବହାର କରିବାକୁ ଲୋକଙ୍କୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି ଯେ, ଏଣିକି ମୁଁ ସରକାରୀ ବସରେ ଯିବା ଆସିବା କରିବି। ଅତି ଆବଶ୍ୟକ ସ୍ଥଳେ ନିଜ ଗାଡି ବ୍ୟବହାର କରିବି। ମୋ ଗସ୍ତ ସମୟରେ ତିନୋଟି ଗାଡି ଯାଉଥିଲା, ଏବେ କିନ୍ତୁ ଗୋଟିଏ ଗାଡିରେ ଯିବି। ପ୍ରଧାନମନ୍ତ୍ରୀଙ୍କ ନିବେଦନ ଆମ ଠାରୁ ପ୍ରତିଫଳନ ହେବା ଆବଶ୍ୟକ।

ସେହିପରି ମନ୍ତ୍ରୀ କହିଛନ୍ତି ଇଭି ପାଇଁ ସବସିଡ୍ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ମାନି ତେଲ କମ୍ ବ୍ୟବହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୋଦୀଙ୍କ ସୁରକ୍ଷା ଏବଂ ଏସପିଜି ପ୍ରୋଟକଲ ଅନୁସାରେ, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବଜାୟ ରଖି ଯାନବାହାନ ସଂଖ୍ୟା ହ୍ରାସ କରାଯାଇଛି । ମୋଦୀଙ୍କର କାରକେଡ୍‌ ଗାଡ଼ି ସଂଖ୍ୟା ହ୍ରାସ ନିଷ୍ପତ୍ତିକୁ ମନ୍ତ୍ରୀ ସ୍ୱାଗତ କରିଛନ୍ତି। ୩ ପାଇଲଟ୍ ଗାଡ଼ି ମଧ୍ୟରୁ ମାତ୍ର ଗୋଟିଏ ବ୍ୟବହାର କରିବେ ଏବଂ ମୁଁ ନିଜେ ସରକାରୀ ବସ୍‌ ରେ ଯିବା ଆସିବା କରିବି ବୋଲି ମନ୍ତ୍ରୀ କହିଛନ୍ତି।

Tags: