ମିଡ଼- ଡ଼େ ଅପରେସନ ବି ଫେଲ - ଲେନିନ ମହାନ୍ତି
ଭୁବନେଶ୍ୱର : ୨ ବିଧାୟକଙ୍କୁ ନିଲମ୍ବନ ପରେ ବିଜେଡିରେ ହଇଚଇ । ବିରତି ପରେ ମୁହଁ ଖୋଲିଲେ ଦଳର ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ମିଡ଼-ନାଇଟ ଅପରେସନ ପରେ ମିଡ଼ - ଡ଼େ ଅପରେସନ ବି ଫେଲ ମାରିଛି । ଦଳକୁ ଦୁର୍ବଳ କରିବାକୁ ଏକ ବଡ ଷଡଯନ୍ତ୍ର କରାଯାଇଥିଲା । ବିଜୟ ମହାପାତ୍ର,ଅରବିନ୍ଦ ଏବଂ ସନାତନ ମହାକୁଡ଼ ରଚିଥିଲେ ଷଡଯନ୍ତ୍ର। ଯାହାକୁ ଶକ୍ତ ଧକ୍କା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଛି ବୋଲି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ‘ମିଡ୍ ଡେ’ ଅପରେସନ ପରେ ମିଡ୍ ଇଭିନିଙ୍ଗ ଅପରେସନ୍ ବି ଫେଲ୍ ହେବ । ‘ଗତ କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ’ । ‘କିଛି ଲାଗିଛନ୍ତି ଦଳକୁ ଦୁର୍ବଳ କରିବାକୁ, ସେମାନଙ୍କୁ ବିଜୟ ମହାପାତ୍ର ବ୍ୟାକଅପ୍ ଦେଉଥିଲେ ।
ତେବେ ଏଠାରେ ଗୋଟେ ପ୍ରଶ୍ନ ଉଠୁଛି ଯେ ଅନ୍ୟମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି । ଯେପରିକି ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା । ଲେନିନ କହିଛନ୍ତି ସେମାନେ କେବେ କାହିନାହାଁନ୍ତି ଦଳ ଭାଙ୍ଗୁ ବୋଲି, କିନ୍ତୁ ଏମାନେ ଦଳକୁ କ୍ଷତି କରିବାକୁ ଚେଷ୍ଟା କରୁଥିଲେ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତ ପାଇଁ ନିଲମ୍ବନ ହେଲେ । ମାସ ମାସ ଧରି ବିଚାର କରିବା ପରେ ପ୍ରମାଣିତ ହୋଇଥିଲା, ତାପରେ ସଭାପତି କାର୍ଯ୍ୟାନୁଷ୍ଠାନ ନେଲେ । କିଏ ବ୍ୟାକ୍ ଅପ୍ ଦେବ, କିଏ ସଙ୍ଗଠିତ କରିବ ଆଉ କିଏ ଏକ୍ଜିକ୍ୟୁଟ୍ କରିବ ସେ ତିନି ଜଣଙ୍କ ଭିତରେ ବଣ୍ଟାଯାଇ ଥିଲା।
ବିଜେଡି ସୁପ୍ରିମୋ ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି ଯେ ବିରୋଧୀ ଦଳରେ ଥାଇ ମଧ୍ୟ ଜଣେ ସିଟିଂ ଏମଏଲଏଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଯିଏ ଦଳର କ୍ଷତି ଚାହିଁବ ସେ ଯିଏ ବି ହେଉ ତାଙ୍କୁ ଆଉଟ୍ କରାଯିବ ।
ବିଜେଡିରେ ଚାଲୁଥିବା ଦଳୀୟ କନ୍ଦଳକୁ ନେଇ ବିଜେପି ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ବିଜେଡି ଆପଣ ଛାଏଁ ଭାଙ୍ଗୁଛି । ବିଜେଡି ଭାଙ୍ଗୁଛି ମୋତେ ଦୁଃଖ ଲାଗୁଛି । ବିଜେପି କେବେ ଚାହେଁନି ବିଜେଡି ଭାଙ୍ଗୁ ବୋଲି,ବିଜେପି ଚାହିଁଥିଲେ ବିଜେଡି କେବେଠାରୁ ଭାଙ୍ଗି ସାରନ୍ତାଣି ।



