ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନି - ମନ୍ତ୍ରୀ

ମେଟ୍ରୋ ପ୍ରକଳ୍ପ ବନ୍ଦ ହୋଇନି - ମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନି ସାମୟିକ ସ୍ଥଗିତ ରହିଛି । ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି । ଭୁବନେଶ୍ୱରରେ ମେଟ୍ରୋ କର୍ପୋରେସନ ଅଫିସ ଚାଲୁ ରହିଛି । ଏନେଇ ଆଃନ୍ତ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ପୂର୍ବ ସରକାର ଗ୍ରାଉଣ୍ଡ ସ୍ଥିତି ନପରଖି ମେଟ୍ରୋ ପ୍ରକଳ୍ପ ଘୋଷଣା କରିଥିଲେ । ଏମିତିକି କେନ୍ଦ୍ରୀୟ ସହଯୋଗ ନେଇନଥିଲେ । ଏବେ ଯାହାବି ହେବ କେନ୍ଦ୍ରୀୟ ସହାୟତା ନେଇ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ମହାନ୍ତି । ଏହି  ପ୍ରକଳ୍ପକୁ ବନ୍ଦ ନିଷ୍ପତ୍ତି ଉପରେ ପୁନଃବିଚାର କରିବାକୁ ଅପରାଜିତାଙ୍କ ଚିଠି । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ପୁନଃବିଚାର କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ସାଂସଦ ଅପରାଜିତା ।

Tags: