କୁକୁର ମାଂସ ଖାଇଲେ ମାନସିକ ବିକାରଗସ୍ତ

କୁକୁର ମାଂସ ଖାଇଲେ ମାନସିକ ବିକାରଗସ୍ତ
Samaya Live News Picture
Published On

ସମ୍ବଲପୁର : ପେଟ ପାଇଁ ସବୁ ନାଟ । ସମ୍ବଲପୁରରୁ ଆସିଲା ଛାତି ଥରାଇ ଦେଲା ଭଳି ଚିତ୍ର । ଅସହ୍ୟ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ମୃତ କୁକୁର ମାଂସ ଖାଇବାକୁ ପଛାଇଲେ ନାହିଁ ମାନସିକ ବିକାରଗସ୍ତ । ଭୋକର ଯନ୍ତ୍ରଣା କେତେ ଅସହ୍ୟ, ଏହି ଘଟଣା ତାହାର ଏକ ମର୍ମସ୍ପର୍ଶୀ ଚିତ୍ର । ଭାଇରାଲ ଭିଡିଓ ଦେଖିବା ପରେ ସାଧାରଣ ମଣିଷ ନିଶ୍ଚୟ ଅଧୈର୍ଯ୍ୟ ହୋଇପଡିବ ।

ସୂଚନା ଅନୁସାରେ, ସମ୍ବଲପୁର ମାନେଶ୍ୱର ଛକ (ଜାତୀୟ ରାଜପଥ-୫୫) ନିକଟରେ ରେ ଏକ କୁକୁର ଗାଡ଼ି ଧକ୍କାରେ ପ୍ରାଣ ହରାଇଥିଲା । ତାହାର ମୃତଦେହ ପାଖରେ ଜଣେ ବ୍ୟକ୍ତି ବସି ମାଂସ ଛିଣ୍ଡାଇ ଖାଉଥିବା ଲୋକେ ଦେଖିଥିଲେ । ବ୍ୟକ୍ତିଜଣକ ଅତ୍ୟନ୍ତ ଭୋକିଲା ଥିବା ତାଙ୍କ ଆଚରଣରୁ ଜଣାପଡ଼ୁଥିଲା । ତାଙ୍କ ପୋଷାକ ଓ ଅବସ୍ଥା ଦେଖି ସେ ମାନସିକ ଭାବେ ଅସୁସ୍ଥ ଥିବା ସନ୍ଦେହ କରାଯାଉଥିଲା ।

ବାଟରେ ଯାଉଥିବା ଲୋକେ ତାଙ୍କୁ ଏଭଳି ଅଖାଦ୍ୟ ନ ଖାଇବା ପାଇଁ ମନା ମଧ୍ୟ କରିଥିଲେ । ମାତ୍ର ବ୍ୟକ୍ତି ଜଣକ କାହା କଥା କିଛି ନମାନି କୁକୁର ମାଂସ ଖାଇ ଚାଲିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମାନସିକ ବିକାରଗ୍ରସ୍ତ ଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି  । ଏହି ଘଟଣାର ଦୃଶ୍ୟ ଏବେ ସାମ୍ନାକୁ ଆସିବା ପରେ ଭୋକ, ଅସହାୟତା ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ସମାଜରେ ଏଭଳି ଅସହାୟ ଲୋକଙ୍କୁ ଚିହ୍ନଟ କରି ଖାଦ୍ୟ, ଆଶ୍ରୟ ଓ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ଜରୁରି ବୋଲି ସାଧାରଣରେ ଦାବି ଉଠିଛି ।

 

Tags: