ରାଜ ରାସ୍ତାରେ କାନ ଧରି ଆଣ୍ଠେଇ କାନ୍ଦିଲେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟମାନେ ଆଜି ଏକ ଅଭିନବ ପ୍ରତିବାଦ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । କର୍ମଚାରୀମାନେ ଗାନ୍ଧୀମାର୍ଗରେ କାନ ଧରି ଆଣ୍ଠେଇ ବସିବା ସହିତ କାନ୍ଦିଛନ୍ତି । ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ପକ୍ଷରୁ ୩ ଦଫା ଦାବି ନେଇ ଧାରଣା ଜାରି ରହିଛି । ମୃତ କର୍ମଚାରୀ ପରିବାରର ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ସହ ୨୦୨୦ […]

Samaya Live Picture
Published On

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ସଦସ୍ୟମାନେ ଆଜି ଏକ ଅଭିନବ ପ୍ରତିବାଦ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । କର୍ମଚାରୀମାନେ ଗାନ୍ଧୀମାର୍ଗରେ କାନ ଧରି ଆଣ୍ଠେଇ ବସିବା ସହିତ କାନ୍ଦିଛନ୍ତି ।

members of the Odisha State Employees Retirement Ashayi Sangha's  innovative protest

ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ ପକ୍ଷରୁ ୩ ଦଫା ଦାବି ନେଇ ଧାରଣା ଜାରି ରହିଛି । ମୃତ କର୍ମଚାରୀ ପରିବାରର ଥଇଥାନ ଯୋଜନା ୧୯୯୦ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ସହ ୨୦୨୦ ବିଜ୍ଞପ୍ତି ତୁରନ୍ତ ବାତିଲ କରିବାକୁ ସଂଘ ଦାବି କରିଛି । ସରକାର ତୁରନ୍ତ ଏହି ଦାବି ପୂରଣ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।