୨୫ ତାରିଖରେ ମେଗା ନିଯୁକ୍ତି ମେଳା
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହେବ ମେଗା ନିଯୁକ୍ତି ମେଳା । ଆସନ୍ତା ୨୫ ତାରିଖରେ ମେଗା ନିଯୁକ୍ତି ମେଳା କରିବେ ରାଜ୍ୟ ସରକାର । ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଯୁକ୍ତି ପଟ ବଣ୍ଟନ କରିବେ । ୧୩ ଟି ବିଭାଗର ୭ ହଜାରରୁ ଅଧିକ ଜଣ ପାଇବେ ନିଯୁକ୍ତି । ଏନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । ଗତକାଲି ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ , ଗୃହ ବିଭାଗରେ ୨୩୫୦ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ହେବ । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୭୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ । ଜଙ୍ଗଲ ଓ ପରିବେଶ ବିଭାଗରେ ୧୭୫୦, ସୂଚନା ଓ ଲୋକସଂପର୍କ ବିଭାଗରେ ୩୯, ଉଚ୍ଚଶିକ୍ଷାରେ ୭୪, ଜଳ ସଂପଦ ବିଭାଗରେ ୩୬, ଶ୍ରମ ବିଭାଗରେ ୧୫, ଇସ୍ପାତ ଓ ଖଣି ବିଭାଗରେ ୧୪, ବାଣିଜ୍ୟ ଓ ପରିବହନ ବିଭାଗରେ ୧୪, ମତ୍ସ୍ୟ ସଂପଦ ବିଭାଗରେ ୨୭, ଯୋଜନା ଓ ସଂଯୋଜନ ବିଭାଗରେ ୮ ଜଣଙ୍କୁ ନିଯୁକ୍ତି ଦିଆଯିବ । ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଏଜିରେ ନିଯୁକ୍ତି ପତ୍ର ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି ।


