ଗ୍ୟାସ ସଙ୍କଟ ପାଇଁ କେନ୍ଦ୍ରରେ ବସିବ ବୈଠକ

ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ - ଯୋଗାଣ ମନ୍ତ୍ରୀ

ଗ୍ୟାସ ସଙ୍କଟ ପାଇଁ କେନ୍ଦ୍ରରେ ବସିବ ବୈଠକ
Samaya Live News Picture
Published On

ଭୁବନେଶ୍ୱର : ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦିନକୁ ଦିନ ଉତ୍କଟ ହେଉଛି ଗ୍ୟାସ ସମସ୍ୟା । ଦେଶରେ ଗ୍ୟାସ,ପେଟ୍ରୋଲ, ଡିଜେଲ ସଙ୍କଟ ଦିନକୁ ଦିନ ବ୍ୟାପିବାରେ ଲାଗିଲାଣି । ବିଭିନ୍ନ ରାଜ୍ୟରେ ଏହାର ସଙ୍କଟ ଦେଖିବାକୁ ମିଳୁଛି । ଏଥିପାଇଁ ଆସନ୍ତା କାଲି ଜରୁରୀକାଳୀନ ବୈଠକ ଡ଼କାଇଛନ୍ତି କେନ୍ଦ୍ର ଯୋଗାଣ ମନ୍ତ୍ରୀ । ଦିନ ୧୧ଟା ବେଳେ ବୈଠକ ଅନୁଷ୍ଠିତ ହେବ  ଏଥିରେ ୯ ରାଜ୍ୟର ଯୋଗାଣ ମନ୍ତ୍ରୀମାନେ ଯୋଗଦେବେ । ଓଡିଶା ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ବୈଠକରେ ଯୋଗ ଦେବେ । ତେବେ ବୈଠକରେ ଯୋଗଦେବା ପୂର୍ବରୁ ଆଜି ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ । ଯଥେଷ୍ଟ ପରିମାଣରେ ମହଜୁଦ ରହିଛି । ହୋଟେଲକୁ ଆବଶ୍ୟକ ଥିବା ରନ୍ଧନଗ୍ୟାସର ୫୦% ଯୋଗାଇ ଦିଆଯାଉଛି । ସେହିପରି ଘରୋଇ କ୍ଷେତ୍ରକୁ ମଧ୍ୟ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ।

Tags: