ଶୋଇଥିବା ଅବସ୍ଥାରେ ମେଡିକାଲ ଛାତ୍ରୀଙ୍କ ମୃତ୍ୟୁ

ଶୋଇଥିବା ଅବସ୍ଥାରେ ମେଡିକାଲ ଛାତ୍ରୀଙ୍କ ମୃତ୍ୟୁ
Samaya Live News Picture
Published On

ପୁରୀ : ଏମିତି ବି ମୃତ୍ୟୁ ଆସେ ! ସକାଳେ ଜଳଖିଆ ଖାଇ ଶୋଇ ଆଉ ଉଠିଲେନି ମେଡିକାଲ ଛାତ୍ରୀ । ମୃତ ଛାତ୍ରୀ ହେଲେ ସଂଗ୍ରାମୀକା ପଣ୍ଡା । ସେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୨ୟ ବର୍ଷର ଛାତ୍ରୀ ଥିଲେ । ଶନିବାର ସଂଗ୍ରାମୀକା ରାତି ଅନିଦ୍ରା ହୋଇ ନିଜର ପ୍ରାକ୍ଟିକାଲ୍ ରେକର୍ଡ଼ ଲେଖୁଥିଲେ । ରବିବାର ସକାଳେ ନିଜର ନିତ୍ୟକର୍ମ ସାରି ଜଳଖିଆ ଖାଇ ଶୋଇଥିଲେ । ତେବେ ଦିପହର ଖାଇବା ସମୟରେ ତାଙ୍କୁ ଡାକିଲା ବେଳକୁ ସେ ଆଉ ଉଠି ନଥିଲେ । ତାଙ୍କୁ ପୁରୀ ଜିଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ସଂଗ୍ରାମିକା ମା’ ବାପାଙ୍କ ବ୍ୟତୀତ ଅନ୍ୟ କେହି ପରିବାର ସଦସ୍ୟ ନଥିବାରୁ ମହାବିଦ୍ୟାଳୟର ଛାତ୍ରମାନେ ଶେଷକୃତ୍ୟ କରିଥିଲେ । ଛାତ୍ର ସଂସଦର ସାଧାରଣ ସମ୍ପାଦକ ସୌମ୍ୟଜିତ୍ ପାତ୍ର ମୁଖାଗ୍ନି ଦେଇଥିଲେ । ସଂଗ୍ରାମିକାଙ୍କ ଆକସ୍ମିକ ବିୟୋଗରେ ମହାବିଦ୍ୟାଳୟରେ ଶୋକ ର ଛାୟା ଖେଳି ଯାଇଛି। ସୋମବାର ଅପରାହ୍ନରେ ମହାବିଦ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଥିଲା।

Tags: