ବାରିପଦା ନୂଆଦିଲ୍ଲୀ ମଧ୍ୟରେ ରେଳ ସଂଯୋଗ ପାଇଁ ସଂସଦରେ ପ୍ରଶ୍ନ ରଖିଲେ ମୟୂରଭଞ୍ଜ ସାଂସଦ
ନୂଆଦିଲ୍ଲୀ/ମୟୂରଭଞ୍ଜ : ଅନେକ ଦିନ ଧରି ରହିଥିବା ମୟୁରଭଞ୍ଜବାସୀଙ୍କ ସ୍ବପ୍ନ ପୁରା ହୋଇପାରେ ଇ ନୂତନ ରେଳ ଚଳାଚଳ ପାଇଁ ସଂସଦରେ ପ୍ରଶ୍ନ ରଖିଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ I ରାଇରଙ୍ଗପୁର-ବାରିପଦାରୁ ନୂଆଦିଲ୍ଲୀକୁ ଆଉ ଏକ ରେଳ ସଂଯୋଗ ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ରହିଛି କି ବୋଲି ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ପ୍ରଶ୍ନ ପଚାରିଛନ୍ତି । ସାଂସଦ କହିଛନ୍ତି ଯଦି କିଛି ଏଭଳି ପ୍ରସ୍ତାବ ଅଛି, ତେବେ ଏହାର ବର୍ତ୍ତମାନର ସ୍ଥିତି କଣ ରହିଛି ।
ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି ନିକଟରେ ମୟୂରଭଞ୍ଜରେ ତିନୋଟି ରେଳ ଚଳାଚଳ ଆରମ୍ଭ ହୋଇଛି । ମୟୂରଭଞ୍ଜରୁ-କଲକାତା, ରାଉରକେଲା ଏବଂ ରାଞ୍ଚିକୁ ରେଳ ଚଳାଚଳ କରୁଛି । ଏହି ରେଳ ଚଳାଚଳ ଦ୍ୱାରା ଲୋକମାନେ ବେଶ ଉପକୃତ ହେଉଛନ୍ତି । ଏହାବ୍ୟତୀତ ମୟୂରଭଞ୍ଜରୁ ହେଉ କି ଅନ୍ୟ ସ୍ଥାନରେ ଅନେକ ନୂଆ ରେଳ ଚଳାଚଳ ଆରମ୍ଭ ହୋଇଛି । ଯେପରିକି ବନ୍ଦେ ଭାରତ, ଅମୃତ ଭାରତ ଟ୍ରେନ ଚଳାଚଳ ଦେଶର ବିଭିନ୍ନ ରାଜ୍ୟରେ ଯାତାୟାତ କରୁଛି । ସାଂସଦ ନବ ଚରଣ ମାଝୀ ଯେଉଁ ଦାବି ରଖିଛନ୍ତି ଯଦି ସେପରି କିଛି ଆଗକୁ ଦୃଷ୍ଟିଗୋଚର ହୁଏ ତେବେ ଆମେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବୁ ।




