ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ

ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ
Samaya Live News Picture
Published On

ବାରିପଦା: ଆଜି ୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି ବିଜେଡି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି । ଏହାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ସମର୍ଥନ ଜଣାଇଛନ୍ତି । ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କ ମୄତ୍ୟୁ ଘଟିବା ସହିତ ୧୫୦ଜଣ ଆକ୍ରାନ୍ତ ହୋଇଥିଲେ । ସ୍କୁଲ କର୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି  ଓ ୧୫୦ରୁ ଉର୍ଦ୍ଧ୍ବ ଅସୁସ୍ଥ ଘଟଣାରେ ଏହି ବନ୍ଦ ଡାକରା ଦିଆଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଏନେଇ ବିଜେଡି ପକ୍ଷରୁ ବାଇକ ରାଲି ଯୋଗେ ବାରିପଦା ସହରର ବ୍ୟବସାୟୀ ଓ ଜନସାଧାରଣଙ୍କୁ ସମର୍ଥନ ପାଇଁ ନିବେଦନ କରାଯାଇଥିଲା । 

ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଦୋକାନ ବଜାର ସ୍କୁଲ୍ କଲେଜ୍ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି କର୍ମୀ । ମୃତ ଛାତ୍ରୀଙ୍କ ପରିବାରକୁ  ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ଦାବିରେ ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । 

ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଡା ଦେବାଶିଷ ମାରାଣ୍ଡିଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ରାଜକିଶୋର ଦାସ, ଶ୍ରୀନାଥ ସୋରେନ, ଗଣେଶ୍ବର ପାତ୍ର, ରାଇସେନ ମୁର୍ମୁ, ଚକ୍ର ଧର ହେମ୍ବ୍ରମ, ପ୍ରୀତିନନ୍ଦା କାନୁନଗୋ, ଅନୁସୂୟା ପାତ୍ର, ସୁବ୍ରମଣ୍ୟମ ମହାନ୍ତି ଦେବାଶିଷ ମହାନ୍ତି, ଜୀତେନ୍ଦ୍ର ମହାନ୍ତି, ଉପନଗରପାଳ ସୀମା ଦାସ, ଦୀପ୍ତିଲତା ମିଶ୍ର, ଅରୁଣ ବରାଡ, ସୁନୀଲ ନାୟକ, ଆଶିର୍ବାଦ ବେହେରା, ରାଜୀବ ଜେନା, ଚିତ୍ରେଶ୍ବର ବେହେରା, ଦିପକ ମଢୁଆଳ ପ୍ରମୁଖ ନେତୃତ୍ୟରେ ବିଭିନ୍ନ ସ୍ଥାନରେ ହରତାଳ ଜାରି ରହିଛି । ତେବେ ଅତ୍ୟାବଶକ ସେବାକୁ ହରତାଳରୁ ବାଦ ଦିଆଯାଇଛି । 

Tags: