ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମା ସିଲ

ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମା ସିଲ
Samaya Live News Picture
Published On

ଭୁବନେଶ୍ୱର : ୨୦୨୫-୨୬ ବର୍ଷ ପାଇଁ ବର୍ତ୍ତମାନ ଚାଲିଛି ଖରିଫ ଧାନ ସଂଗ୍ରହ I ଏହି ସମୟରେ ଧାନ ଚୋରି ରୋକିବାକୁ କଡା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସୀମାନ୍ତବର୍ତ୍ତୀ ରାଜ୍ୟର ସୀମାକୁ ସିଲ କରିବା ସହ ସନ୍ଦେହଜନକ ସ୍ଥାନ ଏବଂ ସମସ୍ତ ସୀମାରେ ସିସିଟିଭିକୁ ପୂର୍ବରୁ ସ୍ଥାପନ ମଧ୍ୟ କରାଯାଇଛି ।

ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ । ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଜିଲ୍ଲାକୁ ବେଆଇନ ଭାବରେ ଧାନ ଚାଲାଣ ହେବାର ଆଶଙ୍କା ଥିବାରୁ ସୀମାକୁ ସିଲ୍‌ କରାଯାଇଛି  । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର MSP ଅଧିକ । ତେଣୁ ଏହାର ସୁଯୋଗ ନେଇ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ପଏଣ୍ଟଗୁଡ଼ିକରୁ ଆମ ଜିଲ୍ଲାଗୁଡ଼ିକୁ ସଂଯୋଗକାରୀ RD ରାସ୍ତା ଦେଇ ଧାନର ବେଆଇନ ପରିବହନକୁ ରୋକିବା ପାଇଁ ସୀମାନ୍ତକୁ ସିଲ କରାଯାଇଛି । ଏହାସହ ଓଡ଼ିଶା - ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାର CCTV କ୍ୟାମେରା ପୂର୍ବରୁ ସ୍ଥାପନ କରାଯାଇଛି। ଧାନର କଳାବଜାରୀ ରୋକିବାକୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏ ନେଇ ଜିଲ୍ଲାପାଳ ଏସପିଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲାପାଳଙ୍କ ଚିଠି ନମ୍ବର ୫୭୪୩ରେ ଚେକ୍ ପୋଷ୍ଟ ତିଆରି କରିବାକୁ ନିର୍ଦ୍ଦେଶ ରହିଛି ।

 

Tags: