ଫେବୃଆରୀ ୧୯ ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌ ସମୟ ଦିଆଯିବ

ଫେବୃଆରୀ ୧୯ ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ୨୦୨୫-୨୬ ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷା ନିମନ୍ତେ ଘୋଷଣା ହେଲା ତାରିଖ । ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତାରିଖ ଘୋଷଣା  କରାଯାଇଛି । ସକାଳ ୯ ଟାରୁ ୧୧.୩୦ ଯାଏଁ  ଚାଲିବ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା କରାଯିବ ।  ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ ।

ସମ୍ବନ୍ଧିତ ଖବର ବୃଦ୍ଧି ହେଲା ୭ ହଜାର ବୁଥ

ବୋର୍ଡ ପକ୍ଷରୁ ଜାରି ହୋଇଥିବା ପରୀକ୍ଷା ସୂଚୀ :

ସମ୍ବନ୍ଧିତ ଖବର ମୁକୁଳା ଡ୍ରେନ ନେଲା ଜୀବନ

ଫେବୃଆରୀ ୧୯  - ପ୍ରଥମ ଦିନରେ ମାତୃଭାଷା 
ଫେବୃଆରୀ ୨୧ - ଇଂରାଜୀ
ଫେବୃଆରୀ ୨୩ - ସଂସ୍କୃତ ଏବଂ ହିନ୍ଦୀ 
ଫେବୃଆରୀ ୨୫ - ବିଜ୍ଞାନ 
ଫେବୃଆରୀ ୨୭ - ସାମାଜିକ ବିଜ୍ଞାନ 

ସମ୍ବନ୍ଧିତ ଖବର IIT କ୍ୟାମ୍ପସ ପରିସରରେ ଦୁର୍ଘଟଣା ଘଟି ଛାତ୍ରଙ୍କ ମୃତ୍ୟୁ

ମାର୍ଚ୍ଚ ୨ -  ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Tags: