୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ

୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର :  ଆସନ୍ତା ୧୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ବୋର୍ଡ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ଦଶମ ଶ୍ରେଣୀ ପରୀକ୍ଷା (ମାଟ୍ରିକ୍‌), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା (ଓପନ ସ୍କୁଲ) ଏକ ସହିତ ଆରମ୍ଭ ହେବ । ଏଥିପାଇଁ ନୋଡାଲ୍‌ ସେଣ୍ଟର ସମେତ ପରୀକ୍ଷା କେନ୍ଦ୍ରରେ ଲାଇଭ୍‌ ଷ୍ଟ୍ରିମିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ଏହି ତିନିଟି ପରୀକ୍ଷା ପାଇଁ ୫ଲକ୍ଷ ୫୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ମୋଟ ୩୦୮୨ଟି ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ ହୋଇଛି । ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ଯାଏଁ ଚାଲିବ ପରୀକ୍ଷା ।

ସମ୍ବନ୍ଧିତ ଖବର ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର

ଫେବୃଆରୀ ୧୯: ପ୍ରଥମ ଭାଷା
ଫେବୃଆରୀ ୨୧: ଦ୍ୱିତୀୟ ଭାଷା
ଫେବୃଆରୀ ୨୩: ତୃତୀୟ ଭାଷା
ଫେବୃଆରୀ ୨୫: ବିଜ୍ଞାନ
ଫେବୃଆରୀ ୨୭: ସାମାଜିକ ବିଜ୍ଞାନ
ମାର୍ଚ୍ଚ ୨: ଗଣିତ (ଛାତ୍ରମାନେ ଅତିରିକ୍ତ ୧୫ ମିନିଟ୍ ପାଇବେ)

ସମ୍ବନ୍ଧିତ ଖବର ସିବିଆଇ ଏଏସଆଇଙ୍କ ବିରୋଧରେ ସିବିଆଇ ର ଅଭିଯୋଗ

ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ମୋଟ ୩୨୨ଟି ନୋଡାଲ୍‌ ସେଣ୍ଟର ସ୍ଥିର ହୋଇଛି। ରାଜ୍ୟ ବାହାର ଫାର୍ମରୁ ଛପାଯାଇଥିବା ପ୍ରଶ୍ନପତ୍ର ବୋର୍ଡ ମୁଖ୍ୟାଳୟକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି। କଟକସ୍ଥିତ ‌ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏବେ ପ୍ରଶ୍ନପତ୍ର ମହଜୁଦ ରଖାଯାଉଛି। ପ୍ରଶ୍ନପତ୍ରକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସଶସ୍ତ୍ର ପୁଲିସ ୨୪ଘଣ୍ଟିଆ ସୁରକ୍ଷା ବଳରେ ଜଗି ରହିଛନ୍ତି। ଏହା ସହ ସେଠାରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ରାଜ୍ୟର ବିଭିନ୍ନ ନୋଡାଲ ସେଣ୍ଟରକୁ ସ୍ଥାନାନ୍ତର କରାଯିବ। ଏବ‌ର୍ଷ ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ୍‌ ‌ସେଣ୍ଟରରେ ଲାଇଭ୍‌ ‌ଷ୍ଟ୍ରିମଙ୍ଗ ବ୍ୟବସ୍ଥା ହୋଇଛି । କୌଣସି ବିଶୃଙ୍ଖଳା ହେଲେ, ଏହି ବ୍ୟବସ୍ଥାରେ ବୋର୍ଡ ମୁଖ୍ୟାଳୟ ‌ଜାଣିପାରିବ। ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ବୁକ୍‌ଲେଟ୍‌ର ପ୍ରତି ପୃଷ୍ଠା ତଥା ପ୍ରତି ନମ୍ବରରେ ୱାଟରମାର୍କ ରହିଛି। ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, ତାହା ସହଜରେ ଧରି ହେବ। 

ସମ୍ବନ୍ଧିତ ଖବର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି ଘୋଷଣା

 

 

Tags: