ଜୁଲାଇ ୨ ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

 ଜୁଲାଇ ୨ ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
Samaya Live News Picture
Published On

ଭୁବନେଶ୍ବର: ଆସନ୍ତା ଜୁଲାଇ ୨ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏହା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ରେଗୁଲାର (ନିୟମିତ) ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। 

ପ୍ରତିଦିନ ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାତୃଭାଷା ଓଡ଼ିଆରୁ ଆରମ୍ଭ ହେବ ପରୀକ୍ଷା । ୪ ତାରିଖରେ ଇଂରାଜୀ, ୫ରେ ଟିଏଲ୍‌ଭି ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ । ତେବେ ୬ତାରିଖରେ ଗଣିତ ପରୀକ୍ଷା ସକାଳ ୯ଟାରୁ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ । ୮ରେ ସାଧାରଣ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ ତାରିଖରେ ସଂସ୍କୃତ ଓ ହିନ୍ଦୀ ବିଷୟ ପରୀକ୍ଷା ରହିଛି ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ପରୀକ୍ଷା ସୂଚୀରୁ ଜଣାପଡିଛି । ପରୀକ୍ଷା ପାଇଁ ୨ ଘଣ୍ଟା ୩୦ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି। କେବଳ ଗଣିତ ବିଷୟ ପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ଦିଆଯିବ। ଅର୍ଥାତ୍ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୧୧ଟା ୪୫ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ।

 

Tags: