୨୦୨୬ ବର୍ଷ ପାଇଁ ମାଟ୍ରିକ ଫର୍ମ ଫିଲ-ଅପ ଅବଧି ବୃଦ୍ଧି
କଟକ : ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି । ୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ନିମନ୍ତେ ଫର୍ମ ପୂରଣ ଅବଧିକୁ ଆସନ୍ତା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୮ରୁ ଫର୍ମ ପୂରଣ ଆରମ୍ଭ ହୋଇ ନଭେମ୍ବର ୨୨ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଫର୍ମ ପୂରଣର ଅବଧି ରହିଥିଲା । ବୋର୍ଡ ୱେବସାଇଟ୍ www.bseodisha.ac.in ରେ ପ୍ରଦତ୍ତ ଲିଙ୍କ୍ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍ଲାଇନ ଜରିଆରେ ବହୁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ।
ବାତ୍ୟା ମୋନ୍ଥା ପାଇଁ ବିଭିନ୍ନ ଜିଲାରେ ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରିନାହାନ୍ତି। ବିଦ୍ୟାଳୟଗୁଡ଼ିକର ଅନୁରୋଧକୁ ଦୃଷ୍ଟିରେ ରଖି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଫର୍ମ ପୂରଣ ଶେଷ ତାରିଖକୁ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀମାନେ ମଧ୍ୟ ୨୮ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରିପାରିବେ । ଛାତ୍ରଛାତ୍ରୀମାନେ ଅଧିକ ସୂଚନା ପାଇଁ BSEର ଅଫିସିଆଲ୍ ୱେବସାଇଟ୍ bseodisha.ac.in ପରିଦର୍ଶନ କରିପାରିବେ।


