ଗୋ-ମାଫିଆଙ୍କ ଘରେ ବଡ଼ ଧରଣର ଚଢ଼ାଉ ,ଟଙ୍କା ସୁନା ଦେଖି ପୋଲିସ ତାଜୁବ

ଗୋ-ମାଫିଆଙ୍କ ଘରେ ବଡ଼ ଧରଣର ଚଢ଼ାଉ ,ଟଙ୍କା ସୁନା ଦେଖି ପୋଲିସ ତାଜୁବ

ଭଦ୍ରକ: ଆନ୍ତଃରାଜ୍ୟ ଗୋ-ମାଫିଆଙ୍କ ଘରେ ପୋଲିସ ଚଢ଼ାଉ । ଭଦ୍ରକ ପୁରୁଣା ବଜାରରେ ଗୋରୁ ମାଫିଆ ସେକ ରାଜନ ଘରେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ସମୟରେ ଘରେ ପାହାଡ଼ ଭଳି ପୁଳା ପୁଳା ଟଙ୍କା ସୁନା ଦେଖି ତାଜୁବ ହୋଇଥିଲା ପୋଲିସ । ଟଙ୍କା ଗଣିବା ପାଇଁ ସ୍ୱତନ୍ତ୍ର ମେସିନ ଅଣାଯାଇଥିଲା । ଘରୁ ପ୍ରାୟ ୫୦ ଲକ୍ଷ ଟଙ୍କା ସହିତ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି । ସେକ ରାଜାଙ୍କ ଘରେ କେନ୍ଦୁଝର ଓ  ଭଦ୍ରକ ପୋଲିସର ସ୍ୱତନ୍ତ୍ର ଟିମ ଚଢ଼ାଉ ଜାରି ରଖିଛି ।

ସମ୍ବନ୍ଧିତ ଖବର ଡ୍ରପ ଆଉଟ ପିଲାଙ୍କ ଆଡ଼ମିସନ ଫି'ଛାଡ଼ କଲେ ରାଜ୍ୟ ସରକାର

ବେଆଇନ ଭାବେ ଗୋ ଚାଲାଣ କରି ଅର୍ଥ ରଖିଥିବା ନେଇ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।  ରେଡ ବେଳେ ପୁଳାପୁଳା ସୁନାଗହଣା,ଦୁଇଟି ସ୍କର୍ପିଓ ଗାଡି , ସ୍କୁଟି, ବିପୁଳ ସମ୍ପତିର କାଗଜପତ୍ର ଆଦିକୁ ଜବତ କରିଛି ପୁଲିସ। କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗାଙ୍ଗଇଙ୍କ ନେତୃତ୍ୱରେ ଆଜି ସକାଳୁ ମୁଲ୍ଲାସାହି ରେ ଥିବା ସେକ ରାଜନଙ୍କ ଘରେ ଚଢ଼ାଉ ଚାଲିଛି ।  ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ରେଡ ବେଳେ ୨ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। ରାଜନ ନାମରେ କେନ୍ଦୁଝରର ଅଧିକାଂଶ ଥାନାରେ ମାମଲା ରହିଛି।

ସମ୍ବନ୍ଧିତ ଖବର ନବୀନ ନିବାସ ସାମ୍ନାରେ ଅରବିନ୍ଦ ସମର୍ଥକଙ୍କ ଭିଡ଼

ସେପଟେ ଭଦ୍ରକ ସହିତ ଅନ୍ୟ ୪ ଟି ଜିଲ୍ଲା କେନ୍ଦୁଝର, ଯାଜପୁର, ମୟୂରଭଂଜ ଓ ଖୋର୍ଦ୍ଧାରେ ବି ଚଢ଼ାଉ ଜାରି ରହିଛି । ସେକ ରାଜନର ସମୁଦାୟ ୪୬ ଠିକଣାରେ ଚଢାଉ କରାଯାଇଛି ।  କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅନ୍ତର୍ଗତ ସାନ୍ତାରାପୁର, କାଲିଆହତା ତେଲକୋଇ, ଘସିପୁରା, ତୁରୁମୁଙ୍ଗା, ଏବଂ ଜାମୁଜୋଡିରେ ଅତର୍କିତ ଚଢାଉ କରିଛି ପୋଲିସ ।  ସେହିପରି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଶୋଇ, କରଞ୍ଜିଆ, ଝାରପୋଖରିଆ ଟେଣ୍ଟୋପୋସି, ଚଢେଇବୋଲ, କେଣ୍ଡରେଇ ଓ ଠାକୁରମୁଣ୍ଡାରେଲ ଚଢାଉ ହୋଇଛି ।

ସମ୍ବନ୍ଧିତ ଖବର ପୁରୀ ରାଜ୍ୟସଭା ସାଂସଦଙ୍କ ସମେତ ଶ୍ରୀମନ୍ଦିର ଏବଂ ମାର୍କେଟ କମ୍ପଲେକ୍ସକୁ ଗୁଳି ମାଡ଼ ଧମକ

ସେହିପରି ଯାଜପୁର ସଦର ଥାନା ଯମଧର ଅଂଚଳରେ ଗୋ-ମାଫିଆ ସେକ୍ ସରିଫଙ୍କ ଗୋଦାମ ଓ ବାସଭବନରେ ରେଡ୍ କରୁଛି ପୋଲିସ  ।  ଦୁଇ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୫ ଡିଏସପି ୨୫ଇନସପେକ୍ଟର, ୩୬ ଏସଆଇ ଓ ଏଏସଆଇ ଏବଂ ୧୮ ପ୍ଲାଟୁନ ଫୋର୍ସ ରେଡରେ ସାମିଲ ହୋଇଛନ୍ତି ।  ରେଡ ବେଳେ ଗୋରୁ ମାଫିଆଙ୍କ ଅଚଳାଚଳ ସଂପତ୍ତି ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି ।

Tags: