ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ,ବ୍ୟାପକ ଆର୍ଥିକ କ୍ଷତି

ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ,ବ୍ୟାପକ ଆର୍ଥିକ କ୍ଷତି

ବାଳକାଟି : ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ସ୍ୱାହା । ଗତକାଲି ରାତିରୁ ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥ ଧଉଳି ଥାନା ଶିଶୁପାଳଗଡସ୍ଥିତ ନୂଆଗାଁ ନିକଟରେ ଥିବା ସୁପର ମାର୍ଟ ସୋ ରୁମ୍ ରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ୧୨ ଘଣ୍ଟା ପରେ ମଧ୍ୟ ଆୟତ୍ତକୁ ଆସିପାରିନାହିଁ ନିଆଁ । ଗତକାଲି ରାତିରୁ ସମାନ ସ୍ଥିତି ରହିଛି । ବିଲ୍ଡିଂ ର କାନ୍ଥ ଏବଂ ଛାତ ଫାଟି ଆଁ କଲାଣି । ଧୂଆଁ ଓ ନିଆଁ ବାହାରକୁ ବାହାରି ନପାରିବାରୁ ବିଲ୍ଡିଂ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଯାଇଛି । ନିଆଁ କବଳରେ ଥିବା ତୃତୀୟ ମହଲାଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି କହିଲେ ଚଳେ । ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁଲିଭା ଅପରେସନ ଜୋରଦାର କରାଯାଇଛି । ତଥାପି ଏଯାଏଁ ସୁଫଳ ମିଳିପାରି ନାହିଁ । ଅଗ୍ନିଶମ ପକ୍ଷରୁ ସୂଚନାନୁସାରେ ସେଠାରେ ପାଣିମାଡ଼ କାମ କରୁନାହିଁ । କାନ୍ଥଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି । ପାଖାପାଖି ୪୦ଟି  ଦମକଳ ଗାଡି ନିଅନଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିଆଁକୁ ଆୟତ୍ତ କରିବା ସମ୍ପୂର୍ଣ୍ଣ କଷ୍ଟକର ବ୍ୟାପାର ହୋଇପଡିଛି । ଫୋମ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଛି । ତେବେ ବର୍ତ୍ତମାନ କ୍ରେନ ସାହାଯ୍ୟରେ ଚତୁର୍ଥ ମହଲାର କାନ୍ଥକୁ ଭଙ୍ଗାଯାଉଛି । ବ୍ୟାପକତା ଦୃଷ୍ଟିରୁ ଏହାକୁ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି କୁହାଯାଉଛି  । 

ସମ୍ବନ୍ଧିତ ଖବର କ୍ରିକେଟ ବ୍ୟାଟିଂ: ୩୦ ଲକ୍ଷ ଜବତ,୬ ଗିରଫ

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଭୁବନେଶ୍ବର ଧଉଳି ନୂଆଗାଁ ମା’ ତାରିଣୀ ବସ୍ତ୍ରାଳୟ ପଛପଟ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାହା ଏପର୍ଯ୍ୟନ୍ତ ଆୟତ୍ତକୁ ଆସିପାରୁନାହିଁ । ଭୟଙ୍କର  ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ଷ୍ଟିଲ ଆଦି ଘରୋଇ ଉପକରଣ ଜଳି ଯାଇଛି । ଭୁବନେଶ୍ଵର କଳ୍ପନା, ବାଲିଅନ୍ତା, ସଚିବାଳୟ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ବିଦ୍ୟୁତ୍ ସର୍ଟ ସର୍କିଟ୍ ରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୌଭାଗ୍ୟ ବଶତଃ ଏଥିରେ କାହାରି ଜୀବନହାନୀ ହୋଇ ନଥିବା ଜଣା ପଡିଛି I

ସମ୍ବନ୍ଧିତ ଖବର ବିଧାନସଭାରେ ରୋଚକ ଦୃଶ୍ୟ,ଧାନ ମୁଣ୍ଡାଇ ଗୃହରେ ପ୍ରବେଶ କଲେ ସଦସ୍ୟ

 

ସମ୍ବନ୍ଧିତ ଖବର ୨ଟି ସ୍ଥାନରେ ଟ୍ରକ ଧକ୍କାରେ ୩ ମୃତ, ୧ ଆହତ

Tags: