ପ୍ରଗତି କ୍ଷୀର ଫାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ

ପ୍ରଗତି କ୍ଷୀର ଫାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ
Samaya Live News Picture
Published On

କଟକ  : ଜଳିଗଲା କ୍ଷୀର ଫାକ୍ଟ୍ରୀ । ମାଳ ମାଳ ଦୀପ ଫ୍ରିଜର ପୋଡି ପାଉଁଶ । ଆଜି ସକାଳ ପ୍ରାୟ ସାଢେ ସାତଟା ବେଳେ କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ପ୍ରଗତି ମିଲ୍କର ୟୁନିଟ୍‌-୨ରେ ଭୟାବହ ଅଗ୍ନିକାଣ୍ଡ।ଘଟିଥିବା ସୂଚନା ମିଳିଛି । ଫ୍ୟାକ୍ଟ୍ରିର ଷ୍ଟୋରେଜ୍‌ ପଏଣ୍ଟରେ ଥିବା ଡିପ୍‌ ଫ୍ରିଜରଗୁଡ଼ିକରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା କାରଖାନାର ବିଲ୍ଡିଂକୁ ବ୍ୟାପି ଯାଇଥିଲା । ଡିପ୍‌ ଫ୍ରିଜରରେ ଲହୁଣୀ ଓ ଘିଅ ମହଜୁଦ ଥିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିବା ସହ ହୁତ୍‌ହୁତ୍‌ ହୋଇ ଜଳିଥିଲା । ଖବର ପାଇ କଟକ ଫାୟାର ଷ୍ଟେସନର ଗୋଟିଏ ଏବଂ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ରର ଦୁଇଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । 

ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ୫ଟି ଫାୟାର୍‌ ଗାଡ଼ି ନିୟୋଜିତ ହୋଇଥିବା ବେଳେ ୨୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି । ନିଆଁ ଭିତର ଅଂଶରେ ବ୍ୟାପିଥିବାରୁ ଜେସିବି ମେସିନ୍‌ ସାହାଯ୍ୟରେ କାରଖାନାର କିଛି ଅଂଶ ଭଙ୍ଗାଯାଇ ଭିତରେ ଥିବା ନିଆଁକୁ ଲିଭାଇବା କାର୍ଯ୍ୟ ଜାରି ରହିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି ।

 

Tags: