ନିଲାମ ହେଲା ମରିଚି କୁଣ୍ଡ ପାଣି

ନିଲାମ ହେଲା ମରିଚି କୁଣ୍ଡ ପାଣି
Samaya Live News Picture
Published On

ଭୁବନେଶ୍ୱର : ରୁକୁଣା ରଥଯାତ୍ରା ପୂର୍ବରୁ ଏକାମ୍ର କ୍ଷେତ୍ର ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି । ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି। ବରମୁଣ୍ଡା ହାଉସିଂ ବୋର୍ଡର ଜିତେନ୍ଦ୍ର ବିଶାଳ ନେଇଛନ୍ତି ପ୍ରଥମ ନିଲାମ। ବିଶ୍ୱାସ ରହିଛି ଏହି ପାଣିରେ ଗାଧୋଇଲେ ଅପୁତ୍ରିକ ପୁତ୍ର ସନ୍ତାନ ଲାଭ କରନ୍ତି । ପୂର୍ବରୁ ୧ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ପାଣି ନିଲାମ ହେଉଥିଲା ବେଳେ ଗତ ଦୁଇ ବର୍ଷ ହେବ ନିଲାମ ଧାରୀଙ୍କ ସଂଖ୍ୟା କମିଥିବାରୁ ଗତବର୍ଷ ୧୧ ହଜାର ପାଣି ନିଲାମ ଘୋଷଣା କରାଯାଇଥିଲା ବେଳେ ଏଥର ମାତ୍ର ୭୦୦୧ ଟଙ୍କାରେ ପ୍ରଥମ ନିଲାମ ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ଏଥର ମରୀଚି କୁଣ୍ଡ ପାଣି ନିଲାମରେ ଅନ୍ତରାୟ ସୃଷ୍ଟି ହୋଇଛି। ପ୍ରଥମ ଗରା ଜଳ ପାଇଁ ସରକାରୀ ଧାର୍ଯ୍ୟ ମୂଲ୍ୟ ୧୫ହଜାର ଟଙ୍କାରୁ ନିଲାମ ଡକାଯାଇଥିଲା। ହେଲେ ଚଳିତ ବର୍ଷ ଏତେ ମୂଲ୍ୟରେ କେହି ନେବାକୁ ରାଜି ନ ହେବାରୁ ସର୍ବନିମ୍ନ ମୂଲ୍ୟ ୧୧ହଜାର ଟଙ୍କାକୁ ହ୍ରାସ କରାଯାଇଥିଲା। ସାଧାରଣତଃ ପୂର୍ବବର୍ଷଗୁଡ଼ିକରେ ମରୀଚି କୁଣ୍ଡ ଜଳକୁ ନେବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ହେଲେ ଏବର୍ଷ ଖୁବ୍‌ କମ୍‌ ସଂଖ୍ୟକ ଶ୍ରଦ୍ଧାଳୁ ନିଲାମ ଡାକ ସମୟରେ ଉପସ୍ଥିତ ରହିଥିବାରୁ ନିଲାମରେ ବାଧା ସୃଷ୍ଟି ହୋଇଥିଲା। ଗତବର୍ଷ ପ୍ରଥମ ଗରାଜଳ ୨୧ହଜାର ଟଙ୍କାରେ ନିଲାମ ଯାଇଥିବାବେଳେ ୨ୟ ଏବଂ ତୃତୀୟ ଗରାଜଳକୁ କେହି କିଣି ନ ଥିଲେ।

 

Tags: