୨୦୨୬ ମାର୍ଚ୍ଚ ସୁଦ୍ଧା ଓଡିଶାରୁ ସରିବ ମାଓ ଦମନ - DGP
ଭୁବନେଶ୍ୱର : ୨ ଦିନିଆ କନ୍ଧମାଳ ଗସ୍ତରେ ପୁଲିସ ମହାନିର୍ଦେଶକ ଯୋଗେଶ ବହାଦୁର ଖୁରାନିଆ । ନକ୍ସଲ ଦମନ ନେଇ ଚାଲିଛି ବଡ଼ ସମୀକ୍ଷା ବୈଠକ । ୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ଓଡିଶାରୁ ମାଓଦମନ ଶେଷ ହେବ । ନକ୍ସଲ ମୂଳପୋଛ ନେଇ ଓଡ଼ିଶା ପୁଲିସ ନେବାକୁ ଯାଉଛି ବଡ ପଦକ୍ଷେପ । ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ରହିଛି ବୋଲି ବୈଠକରେ କହିଛନ୍ତି ଡିଜିପି ଯୋଗେଶ ବହାଦୁର ଖୁରାନିଆ । ମାଓବାଦୀଙ୍କୁ ସରେଣ୍ଡର ପାଇଁ ପଲିସୀ କରାଯାଇଛି । ଅସ୍ତ୍ର ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ରହିଛି । ଯିଏବି ଆତ୍ମ ସମର୍ପଣ କରିବାକୁ ଚାହୁଁଛନ୍ତି ଆଗକୁ ଆସନ୍ତୁ ପଲିସି ଅନୁସାରେ ସୁବିଧା ପାଇବେ । ଓଡ଼ିଶାରେ ବର୍ତ୍ତମାନ ୮୦ ରୁ ୮୫ ମାଓବାଦୀ ଅଛନ୍ତି ଇ ଏମାନଙ୍କ ମଧ୍ୟରୁ ୫ ଜଣ ଓଡ଼ିଆ ଆଉ ବାକି ସବୁ ଅଣ ଓଡ଼ିଆ । ୩ ଘଣ୍ଟା ଧରି ଚାଲିଥିବା ବୈଠକରେ ଚୋରା ଗଞ୍ଜେଇ ଚାଷ ରୋକିବା ପାଇଁ ଆଲୋଚନା ହୋଇଛି । ଗତବର୍ଷ ରାଜ୍ୟର ୫ଟି ଜିଲାରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳତା ମିଳିଥିଲା । ବୌଦ୍ଧ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟରେ ସଫଳ ହୋଇଛୁ । ଚଳିତ ବର୍ଷ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଡିଜିପି କହିଛନ୍ତି ।


