ମାଓ କଳି ! ମାଟିତଳୁ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ମାଓ କଳି ! ମାଟିତଳୁ ମାଓବାଦୀଙ୍କ ମୃତଦେହ ଉଦ୍ଧାର
Samaya Live News Picture
Published On

ଫୁଲବାଣୀ :  ନକ୍ସଲଙ୍କ କଳି ଭିତରେ ବଳି ପଡିଲା ଆଉ ଜଣେ ନକ୍ସଲ । ମାଟି ତଳୁ ଉଦ୍ଧାର ହେଲା ମାଓ ନେତା ଅନ୍ବେଷର ମୃତଦେହ । କନ୍ଧମାଳ ଜିଲ୍ଲାରେ ଘଟିଛି ଏହି ଘଟଣା । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ପୁଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ଯୋଜନା କରୁଥିବା ମାଓବାଦୀଙ୍କୁ ଭୟଭୀତ କରାଇବା ପାଇଁ ଅନ୍ୟ ଜଣେ ନକ୍ସଲ ଶୁକୃ, ସାଥୀ ନକ୍ସଲ ଅନ୍ୱେଷକୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ସୂଚନା ମିଳିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ତରାବାଡ଼ି ଜଙ୍ଗଲରୁ ମାଟିତଳୁ ଏକ ମୃତଦେହ ମିଳିବା ପରେ ଏହା ଅନ୍ୱେଷର ବୋଲି କୁହାଯାଉଛି । ଏହି ଘଟଣାରେ ପୁରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି । 

ଅନ୍ୱେଷ CPI (ମାଓବାଦୀ) KKBNର ଅଷ୍ଟମ କମ୍ପାନୀର DVCM ସଦସ୍ୟ। ତାକୁ CPI (ମାଓବାଦୀ) SCM ଶୁକ୍ରୁ ହତ୍ୟା କରି ମାଟିରେ ପୋତି ଦେଇଥିବା ଚର୍ଚ୍ଚା ହେଉଛି।

ଦୁର୍ଦ୍ଦାନ୍ତ ନକ୍ସଲ ଦଶ୍ରୁର ପତ୍ନୀ ତଥା CPI (ମାଓବାଦୀ) KKBN ରାହୁଲ କମିଟିର ମୁଖ୍ୟ ଥିବା ମମତା ତାଙ୍କର ୧୨ ଜଣିଆ ଟିମ୍ ସହିତ ଛତିଶଗଡ଼ ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ବେଳେ ଏକ ଅଡିଓ ବାର୍ତ୍ତା ଜାରି କରି ଶୁକ୍ରୁ, ଅନ୍ୱେଷ ଓ ଅନ୍ୟ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ।

ଏହା ସହିତ ୭୦୦୮୬୩୮୭୦୩  ମୋବାଇଲ ଫୋନ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ ସେ ଏହି ଅଡିଓ ବାର୍ତ୍ତାରେ ତାଙ୍କ ସାଥୀମାନଙ୍କୁ କହିଥିଲେ ।  ମମତା CPI (ମାଓବାଦୀ) ରାଜ୍ୟ କମିଟି ସଦସ୍ୟ ଭାବେ କାମ କରୁଥିଲେ। ତାଙ୍କ ମୁଣ୍ଡ ଉପରେ ୩୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ୨୦୨୪ ମସିହା ଫେବୃଆରୀ ମାସରେ ଦଶ୍ରୁ ନିହତ ହେବା ପରେ ମମତା ହିଁ CPI (ମାଓବାଦୀ) KKBN ଡିଭିଜନର ମୁଖ୍ୟ ହୋଇଯାଇଥିଲା। 

Tags: