ମାଓ ଯୋଜନା ପଣ୍ଡ, ମାଟି ତଳୁ ନଗଦ ଟଙ୍କା ସହ ବିପୁଳ ବିସ୍ଫୋରକ ଜବତ
ମାଲକାନଗିରି : ପୁଣି ସକ୍ରିୟ ହେଉଛନ୍ତି ଲାଲ ବାହିନୀ । ମାଟି ତଳୁ ଉଦ୍ଧାର ହେଲା ମାଓବାଦୀ ଲୁଚାଇ ରଖିଥିବା ଟଙ୍କା । ଏକା ଥରକେ ୬୫ ଲକ୍ଷ ଟଙ୍କା ଉଦ୍ଧାର କରିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସ । ଏହା ସହ ଛତିଶଗଡ଼ ବିଜାପୁର ଜିଲ୍ଲାରରେ ପୁଣି ବଡ଼ ଧରଣର ମାଓ ଡମ୍ପ ଠାବ ହୋଇଛି । କ୍ୟାମ୍ପରେ ଚଢ଼ାଉ ବେଳେ ଏଥିରୁ ବିପୁଳ ପରିମାଣରେ ନଗଦ ଟଙ୍କା ସହ ୩୨ଟି ଅଟମେଟିକ ବନ୍ଧୁକ LMG, SLR, ଏବଂ କାର୍ବାଇନ୍ ରାଇଫଲ୍ ଏବଂ ବିପୁଳ ବିସ୍ଫୋରକ ଜବତ କରାଯାଇଛି ।
ଡିଆରଜି, ଏସଟିଏଫ ଏବଂ କୋବ୍ରା ଜବାନଙ୍କ ମିଳିତ ଅପରେସନ ରେ ଏହି ସଫଳତା ମିଳିଛି । ସୁରକ୍ଷା ବାହିନୀ ଦ୍ୱାରା ଏପର୍ଯ୍ୟନ୍ତ ଅପରେସନରେ, ୨୦ କୋଟି ୮ ଲକ୍ଷ ୫୨ ହଜାର ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇଛି । ଯେଉଁଥିରେ ୧୨ କୋଟି ୮୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ରହିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ସଫଳତା ମିଳିପାରିଛି।
Tags:



