ମେଲାଣି ନେବ ମୌସୁମୀ
ଓଡ଼ିଶାରୁ କେବେ ମୌସୁମୀ ଫେରିବ ସ୍ପଷ୍ଟ ସୂଚନା ନାହିଁ
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଲେଉଟିବ ମୌସୁମୀ । ଲଘୁଚାପ ବର୍ଷା ବ୍ୟତୀତ ମୋୖସୁମୀ ର ଲଗାଣ ବର୍ଷା ନାହିଁ କହିଲେ ଚଳେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ଏକ ବଡ଼ ସୂଚନା ଦିଆଯାଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ପ୍ରକ୍ରିୟା ସେପ୍ଟେମ୍ବର ୧୯ ବେଳକୁ ଆରମ୍ଭ ହେବା ନେଇ ପାଗ ଅନୁକୂଳ ହେଉଛି ।ରାଜସ୍ଥାନ୍ର କିଛି ଅଞ୍ଚଳରୁ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବାର ଅନୁକୂଳ ପରିବେଶ ସୃଷ୍ଟି ହେଉଛି । ସାଧାରଣତଃ ସେପ୍ଟେମ୍ବର ୧୭ତାରିଖରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ ମାତ୍ର ଚଳିତ ବର୍ଷ ଏହାମୌସୁମୀସମାନ୍ୟ ବିଳମ୍ୱ ରେ ଆରମ୍ଭ ହେବାକୁ ଯାଉଥିବା ଜଣାପଡୁଛି ।
ସେପଟେ, ଭାରତରୁ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହେବାକୁ ଥିଲେ ମଧ୍ୟ ବଙ୍ଗୋପସାଗରରେ ସକ୍ରିୟ ପାଣିପାଗ ନିୟାମକ ଯୋଗୁ ଓଡ଼ିଶା ସମେତ ପୂର୍ବ ଭାରତରେ ଏବେ ବି ବର୍ଷା ଜାରି ରହିଛି। ସାଧାରଣତଃ ଓଡ଼ିଶାରୁ ମୌସୁମୀ ବାୟୁ ଅକ୍ଟୋବର ୧୦ରୁ ୧୫ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥାଏ । ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ରାଜ୍ୟରୁ ମୌସୁମୀ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ । ଓଡ଼ିଶାରୁ କେବେ ମୌସୁମୀ ଫେରିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।
ସେପ୍ଟେମ୍ବର ୧୭-୧୮ବେଳକୁ ବଙ୍ଗୋପସାଗରରେ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ଫଳରେ ରାଜ୍ୟରେ ପୁଣି ଥରେ ମୌସୁମୀ ସକ୍ରିୟ ହେବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।
ଏହି ନୂତନ ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସେପ୍ଟେମ୍ବର ୨୨ ସୁଦ୍ଧା ଲଘୁଚାପରେ ପରିଣତ ହେବା ସହ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବାର ଆକଳନ କରାଯାଇଛି । ଏହାର ପ୍ରଭାବରେ ଆସନ୍ତା ସପ୍ତାହରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୁଣି ଥରେ ପ୍ରବଳ ବର୍ଷା ଦେଖିବାକୁ ମିଳିବ । ବିଶେଷକରି କେନ୍ଦୁଝର ଏବଂ ମୟୂରଭଞ୍ଜ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।




