ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ

ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ
Samaya Live News Picture
Published On

କଟକ : ପୁସ୍ତକ ତ୍ରୁଟି ମାମଲାରେ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ । SCERTର ନିଲମ୍ବିତ ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କଟକ ଜିଲ୍ଲା SC /ST ସର୍ତ୍ତମୂଳକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଗିରଫ ହୋଇଥିଲେ SCERTର ପୂର୍ବତନ ନିର୍ଦ୍ଦେଶକ । ତାଙ୍କ ସହିତ ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ରାଜ୍ୟ ସରକାର । 

ପ୍ରଥମରୁ ଅଷ୍ଟମ ପୁସ୍ତକ ତ୍ରୁଟି ଘଟଣାରେ କ୍ରାଇମବ୍ରାଞ୍ଚ ମନୋଜ ପାଢୀଙ୍କୁ ଗିରଫ ପୂର୍ବରୁ ଘନଘନ ଜେରା କରିଥିଲା । ଦୀର୍ଘ ଘଣ୍ଟା ଧରି ଜେରା କରାଯିବା ପରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମନୋଜ ପାଢୀ ବହି ଗୁଡିକର ତଥ୍ୟଗତ ବୈଜ୍ଞାନିକ , ଭୌଗୋଳିକ ଏବଂ ଚିତ୍ର ସମ୍ପର୍କିତ ତ୍ରୁଟିଗୁଡିକୁ ସଠିକ ଭାବରେ ଯାଞ୍ଚ ନକରି ଜାଣି ଶୁଣି ପ୍ରିଣ୍ଟିଂ ପାଇଁ ଅନୁମୋଦନ ଦେଇଥିବା ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବରୁ ସରକାର ମନୋଜ ପାଢୀଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିଥିଲେ । ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।

ଅନ୍ୟପଟେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ବଡ଼ ବୟାନ ଦେଇଛ ନ୍ତି। ସେ କହିଛନ୍ତି ସମ୍ପୂର୍ଣ୍ଣ ପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ଜଣେ କିମ୍ବା ଦୁଇଜଣ ନୁହନ୍ତି, ୨୪୦ ଜଣ ସାମିଲ ରହିଛନ୍ତି । ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପୁସ୍ତକ ପ୍ରସ୍ତୁତିଠାରୁ ଆରମ୍ଭ କରି ଡିଟିପି ଓ ଡିଜାଇନ୍‌, ଛପାଯିବା, ପ୍ରକାଶନ, ବଣ୍ଟନ ପରି ବହୁତ ବଡ଼ ପ୍ରକ୍ରିୟା ହୋଇଥିବାରୁ ତାହାର ଯାଞ୍ଚ କରିବାକୁ ସମୟ ଲାଗୁଛି । ବିଭିନ୍ନ ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷଙ୍କର କେଉଁଭଳି ଭୂମିକା ରହିଥିଲା ତାହାର ମଧ୍ୟ ଅନୁଧ୍ୟାନ ଚାଲିଛି ବୋଲି ଡିଜି କହିଛନ୍ତି   । 

 

Tags: