ମନମୋହନ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ଗଲେ ରାଜ୍ୟସଭା

ମନମୋହନ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ଗଲେ ରାଜ୍ୟସଭା

ଭୁବନେଶ୍ୱର : କଡା ଟକ୍କର ଭିତରେ ସରିଛି ରାଜ୍ୟସଭା ନିର୍ବାଚନ । ହାଇଭୋଲ୍ଟେଜ ଲଢେଇ ଭିତରେ ରାଜ୍ୟସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ୩ ଆସନ ବିଜେପି ପୋଛି ନେଇଥିବାବେଳେ ବିଜେଡି ଖାତାକୁ ଯାଇଛି ଗୋଟିଏ ଆସନ । ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର ।  ଫାଷ୍ଟ ପ୍ରିଫରେନସେର ମନମୋହନ, ସୁଜିତ କୁମାର ସଂତୃପ୍ତ ମିଶ୍ରଙ୍କୁ ୩୫, ୩୫ ଓ ୩୧ ଖଣ୍ଡ ଭୋଟ ମିଳିଛି । ଚତୁର୍ଥ ଆସନ ପାଇଁ ବିଜେଡି,କଂଗ୍ରେସ ଓ ସିପିଆଇ ସମର୍ଥିତ କମନ କ୍ୟାଣ୍ଡିଡେଟ ଡ଼ଃ ଦତ୍ତେଶ୍ୱର ହୋତା ପରାସ୍ତ ହୋଇଥିବା ବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କର ବିଜୟ ହୋଇଛି। ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଚତୁର୍ଥ ଆସନରେ ପ୍ରଥମ ପସନ୍ଦର ଭୋଟରେ ଦିଲ୍ଲୀପ ରାୟ ଓ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ସମାନ ୨୩ ଟି ଲେଖାଏଁ ଭୋଟ ମିଳିଛି । ଦ୍ବିତୀୟ ପସନ୍ଦରେ ଦିଲ୍ଲୀପ ରାୟ  ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି  । ଅର୍ଥାତ ବିଜେପିର ମନମୋହନ ସାମଲ, ସୁଜିତ କୁମାର ଓ ସମର୍ଥିତ ଭାବେ ଦିଲ୍ଲୀପ ରାୟ ତିନି ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଜେଡ଼ରୁ ସଂନ୍ତୃପ୍ତ ମିଶ୍ର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ମନମୋହନ ସାମଲଙ୍କୁ  ୨୯୪୧ , ସୁଜିତ କୁମାରଙ୍କୁ ୨୯୪୧ସଂତୃପ୍ତ ମିଶ୍ରଙ୍କୁ ୩୧୦୦,ଦିଲ୍ଲୀପ ରାୟ ଙ୍କୁ ୩୪୧୮ ଓ ଦତ୍ତେଶ୍ୱର ହୋତା ଙ୍କୁ ୨୩୦୦ ମିଳିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର ଭିଜିଲାନ୍ସ ଜାଲରେ ପୋଲିସ ବାବୁ

 

ସମ୍ବନ୍ଧିତ ଖବର ପୋଖରୀରେ ବୁଡି ୨ଭାଇଙ୍କ ମୃତ୍ୟୁ

Tags: