ବିଜେଡିରୁ ମଣ୍ଡଳ ଦମ୍ପତି ନିଲମ୍ବିତ

ବିଜେଡିରୁ ମଣ୍ଡଳ ଦମ୍ପତି ନିଲମ୍ବିତ
Samaya Live News Picture
Published On

ଭୁବନେଶ୍ୱର : ଭଦ୍ରକ ରାଜନୀତିରେ ବଡ଼ ହଲଚଲ । ବିଜେଡିରୁ ନିଲମ୍ବିତ ହେଲେ ମଣ୍ଡଳ ଦମ୍ପତି । ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଓ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଦଳରୁ ନିଲମ୍ବିତ କରାଯାଇଛି । ଏନେଇ ବିଜେଡିର ଉପସଭାପତି ପ୍ରତାପ ଜେନା ବିଜେଡି କାର୍ଯ୍ୟାଳୟ ଚିଠି ନମ୍ବର ୦୧/୦୪/ଏସବି / ବିଜେଡି /୨୦୨୬ରେ ନିର୍ଦ୍ଦେଶନାମା ଜାରି କରିବା ସହ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆଦେଶ ଦେଇଛନ୍ତି । 

ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଧାମନଗରରୁ ନିର୍ବାଚିତ ହୋଇଥିଲେ । ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ତଳ ୨୦୧୯ମସିହାରେ ଭଦ୍ରକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ନିଲମ୍ବିତ ପରେ ମୁହଁ ଖୋଲିଲେ ମୁକ୍ତିକାନ୍ତ ମଣ୍ତଳ । ସେ କହିଛନ୍ତି ଯେ କାହିଁକି ନିଲମ୍ବିତ କରାଗଲା ମୁଁ ଜାଣିନି । ମୁଁ ପ୍ରକାର କୌଣସି ଦଳ ବିରୋଧୀ କାର୍ଯ୍ୟ କରିନି । ସରପଞ୍ଚରୁ ମୋ ରାଜନୀତିକ କ୍ୟାରିୟର ଆରମ୍ଭ । କିଛି ଅସହିଷ୍ଣୁ ବ୍ୟକ୍ତିବିଶେଷ ରିପୋର୍ଟ କରିଥାଇ ପାରନ୍ତି ।

ସୂଚନାନୁସାରେ, ଗତ ଏମଏଲଏ ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ପାଇଁ ବାସୁଦେବପୁରରେ ବିଜେଡି ପରାଜିତ ହୋଇଥିଲା । ଯାହାକୁ ନେଇ ବିଜେଡି ଶିବିରରେ ଅସନ୍ତୋଷ ପ୍ରକାଶ ପାଇବା ସହ ପରାଜୟ ପାଇଁ ମଣ୍ଡଳଙ୍କୁ ବିଜେଡିକର୍ମୀ ଦାୟୀ କରିଥିଲେ। ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କର ଦଳରେ ସ୍ଥାନ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

Tags: