ବିଜେଡି ସଂସଦୀୟ ଦଳର ନେତା ହେଲେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ଉପନେତା
ଭୁବନେଶ୍ୱର : ମାନସ ରଞ୍ଜନ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳର ନେତା। ସେହିଭଳି ସୁଲତା ଦେଓଙ୍କୁ ବିଜେଡି ସଂସଦୀୟ ଦଳର ଉପନେତା ସହ ମୁଖ୍ୟ ସଚେତକର ଦାୟିତ୍ୱ ମିଳିଛି । ମାନସ ମଙ୍ଗରାଜ ଏବେ ମୁଖ୍ୟ ସଚେତକ ଦାୟିତ୍ୱରେ ଥିବାବେଳେ ପୂର୍ବରୁ ସୁଲୋତା ଦେଓ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇ ଥିଲେ । ଏହି ଦୁଇ ଜଣଙ୍କ ଚୟନକୁ ଅନୁମୋଦନ ଦେଇ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ସୂଚନାନୁସାରେ, କିଛି ଦିନ ପୂର୍ବରୁ ନବୀନ ପଟନାୟକଙ୍କ ବ୍ୟକ୍ତିଗତ ସଚିବ ସଂତୃପ୍ତ ମିଶ୍ର ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେବା ପରେ ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର । ତାଙ୍କ ଇସ୍ତଫର କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟର ପ୍ରତିବାଦରେ ସସ୍ମିତ ପାତ୍ର ନିଜେ ସଂସଦୀୟ କମିଟିରୁ ଇସ୍ତଫା ଦେଇଥିଲେ ।
Tags:




