ଭୁବନେଶ୍ୱରରେ ବଡ଼ ଧରଣର ସଡକ ଦୁର୍ଘଟଣା , ୪ ଆହତ
ଭୁବନେଶ୍ୱର : ଆଜି ସକାଳି ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନୀ ଅଞ୍ଚଳରେ ବଡ଼ ଦୁର୍ଘଟଣା । ଏକ ବ୍ୟାଟେରୀ ଚାଳିତ ଅଟୋକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରାଭେଲର । ଦୁର୍ଘଟଣାରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡ଼ିକାଲ ଭର୍ତ୍ତି କରାଯାଇଛି । ବଡ଼ଗଡ଼ ଥାନାରେ ଟ୍ରାଭେଲର ଡ୍ରାଇଭରକୁ ଅଟକ ରଖାଯାଇଛି । ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଉଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ଟ୍ରାଭେଲର ଭିତରୁ କିଛି ମଦ ବୋତଲ ମଧ୍ୟ ଜବତ ହୋଇଛି ।
Tags:



