୨ ମେକାପ ସେବାୟତଙ୍କ ବିରୋଧରେ ବଡ଼ ଆକ୍ସନ
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ବେଳେ ବିଶୃଙ୍ଖଳା ଘଟଣା । ୨ ମେକାପ ସେବାୟତ ଦାଦା-ପୁତୁରା ହାତାହାତି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ନେଇଛି ବଡ଼ ଆକ୍ସନ । ବରିଷ୍ଠ ସେବାୟତ ନାରାୟଣ ମେକାପଙ୍କଙ୍କୁ ନିଲମ୍ବିତ କଲା ଶ୍ରୀମନ୍ଦିର ପ୍ରଶାସନ। ସେବା ଖଟିବାକୁ ନେଇ ଭଣ୍ଡାର ମେକାପ ମଧୁସୂଦନ ମେକାପ (କୁନିପୁଅ) ଓ ପୁତୁରା ନାରାୟଣ ମେକାପ (କିଷନ)ଙ୍କ ମଧ୍ୟରେ ହାତାହାତି ଏବଂ ପାଟିତୁଣ୍ଡ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ହାଇଲେଭଲ କମିଟି ଅଧ୍ୟକ୍ଷଙ୍କ ସାମ୍ନାରେ ଏହି ଘଟଣା ଘଟିଥିଲା । ପରେ ପ୍ରାଶାସନିକ ଅଧିକାରୀ ଓ ପୁଲିସର ହସ୍ତକ୍ଷେପ ପରେ ବନ୍ଦ ହୋଇଥିଲା ବଚସା। ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ଭିତରେ କୌଣସି ପରିସ୍ଥିତିରେ ଏହିଭଳି ଘଟଣା ବରଦାସ୍ତ କରାଯିବନାହିଁ ବୋଲି କହି ଭଣ୍ଡାର ମେକାପ ସେବକ ଦାଦା କିଶନ ମେକାପ ଓ ପୁତୁରା କୁନୁ ମେକାପଙ୍କୁ ନିଲମ୍ବିତ କରିଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ସେବା ଓ ପୂଜାରୀ ନିଲମ୍ବିତ ରହିବେ ମେକାପ ସେବକ ।




