ନୂଆ ବର୍ଷ ପାଇଁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି

୩୧ ତାରିଖ ରାତି ୧୧ଟାରେ ହେବ ଶ୍ରୀଜିଉଙ୍କ ପହୁଡ଼ , ରାତ୍ର ୨ଟାରେ ହେବ ଦ୍ବାରଫିଟା ନୀତି

ନୂଆ ବର୍ଷ ପାଇଁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି

ପୁରୀ : ନୂଆବର୍ଷ ଉପଲକ୍ଷେ ମହାପ୍ରଭୁଙ୍କର ହେବ ସ୍ୱତନ୍ତ୍ର ନୀତିକାନ୍ତି।  ଡିସେମ୍ବର ୩୧ ତାରିଖ ରାତି ୧୧ଟାରେ ଶ୍ରୀଜିଉଙ୍କ ପହୁଡ଼ ନୀତି ହେବାକୁ ଥିବାବେଳେ ପୁଣି ରାତ୍ର ୨ ଟାରେ ହେବ ଦ୍ୱାରଫିଟା ନୀତି।  ୧ ଜାନୁଆରୀରେ ବାହାରକାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ  ଅରବିନ୍ଦ ପାଢ଼ୀ । ଛତିଶାନିଯୋଗ ଓ ନୀତି ସବକମିଟି ଅନୁମୋଦିତ ନୀତି ଅନୁସାରେ ଏହି ନିଷ୍ପତ୍ତି ହୋଇଛି । ସଅଳ ନୀତିକାନ୍ତି ହୋଇ ସଅଳ ପହୁଡ଼ ଓ ଦ୍ବାରଫିଟା ନୀତି ହେବ ।  

ସମ୍ବନ୍ଧିତ ଖବର ମଞ୍ଚ ଚଢି ପାରିବେ ନାହିଁ ପିୟୁଷ ତ୍ରିପାଠୀ,କୋର୍ଟ ଲଗାଇଲେ ରୋକ

ସେପଟେ,ଇଂରାଜୀ ନୂଆବର୍ଷରେ ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖିବା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ । ଓଡ଼ିଆମାନେ ରାଷ୍ଟ୍ରୀୟ ପଞ୍ଚାଙ୍ଗ ତିଥି ଅନୁସାରେ ନୂଆବର୍ଷ ପାଳୁଛନ୍ତି। ଏଣୁ ଇଂରାଜୀ ନବବର୍ଷ ପାଇଁ ବିଶ୍ବର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଭଳି ରାତି ଅନିଦ୍ରା ନ ରଖିବାକୁ ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ନିବେଦନ କରିଛନ୍ତି । ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଣ୍ଡିତ ମହେଶ କୁମାର ସାହୁ ଏ ସଂପର୍କରେ ଗଜପତି ମହାରାଜା, ଆଇନମନ୍ତ୍ରୀ, ମୁଖ୍ୟ ପ୍ରଶାସକ ପ୍ରମୁଖଙ୍କୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର ମା'ଙ୍କ ମୃତ୍ୟୁ ଶଯ୍ୟାରେ ଟଳି ପଡିଲେ ପୁଅ

Tags: