ପଇତାଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପଇତାଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
Samaya Live News Picture
Published On

ପୁରୀ :ଆଜି ବୈଶାଖ କୃଷ୍ଣ ଚତୁର୍ଥୀ ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି । ଏଥିଲାଗି ୪ ଘଣ୍ଟା ବନ୍ଦ ରହିବ ଜଗାଦର୍ଶନ । ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ । ପଇତା ଲାଗି ନୀତି ମହାପ୍ରଭୁଙ୍କୁ ଗୁପ୍ତ ନୀତି ମଧ୍ୟରୁ ଅନ୍ୟତମ ।  

ପଇତା ଲାଗି ସେବା ଦଇତାପତି ସେବକମାନଙ୍କର ଏକ ଗୋଷ୍ଟୀ ଗତ ସେବା ଅଟେ । ଶ୍ରୀଜୀଉମାନଙ୍କଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ପାଇଁ ମହାପ୍ରଭୁର ପଇତା ଲାଗି କରାଯାଇଥାଏ । ଏହି ନୀତିରେ ପାଟବସ୍ତ୍ରକୁ ପଇତା ଭଳି ବଳାଯାଇ ଦାରୁଦେବତାଙ୍କ ଶ୍ରୀ ଅଙ୍ଗରେ ଲାଗି କରାଯାଇଥାଏ । ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶକରି ସାମୂହିକ ସେବା ସମ୍ପନ୍ନ କରନ୍ତି । ଶ୍ରୀଜିଉମାନଙ୍କ ଶରୀରରେ ଦୈନଦିନ ଲାଗି ହେଉଥିବା ଚନ୍ଦନର ସୁରକ୍ଷା ତଥା ଶ୍ରୀବିଗ୍ରହଙ୍କ ସୁରକ୍ଷା ପାଇଁ ଏହି ନୀତି କରାଯାଇଥାଏ ।

 

Tags: