ଦିଦିଙ୍କ ପତ୍ତା ସଫା କରିଛନ୍ତି ମହାପ୍ରଭୁ - ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଦିଦିଙ୍କ ପତ୍ତା ସଫା କରିଛନ୍ତି ମହାପ୍ରଭୁ - ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
Samaya Live News Picture
Published On

ଭୁବନେଶ୍ୱର : ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ଯେବେ ଜଗନ୍ନାଥ ଧାମ ନେଇ ବିବାଦ ଆସିଥିଲା ସେବେ ଆମେ କହିଥିଲୁ ମହାପ୍ରଭୁଙ୍କୁ ଅବମାନନାକୁ ଗ୍ରହଣ କରାଯିବ ନାହିଁ । ଏହା ସତ ବୋଲି ପ୍ରମାଣିତ ହେଲା । ମହାପ୍ରଭୁଙ୍କ ସହ ଯିଏ ଖେଳିବାକୁ ଚେଷ୍ଟା କରିଛି ମହାପ୍ରଭୁ ନିଜେ ତାର ପତା ସଫା କରିଛନ୍ତି । ମହିଳା ହୁଅନ୍ତୁ କି ପୁରୁଷ କାହାର ଅହଙ୍କାର ମହାପ୍ରଭୁ ରଖନ୍ତି ନାହିଁ ।" ମହାପ୍ରଭୁ ଭାଇ, ଭଉଣୀଙ୍କ ଅହଙ୍କାରକୁ ଭାଙ୍ଗିଲେ କହି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି ।

ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ "ଦୀଘା ଜଗନ୍ନାଥ ଧାମ" ଭାବେ ନାମିତ କରିବାକୁ ନେଇ ଓଡ଼ିଶାରେ ତୀବ୍ର ବିବାଦ ଦେଖାଦେଇଥିଲା । ଏହାକୁ ନେଇ ସେବାୟତ, ରାଜନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା, କାରଣ କେବଳ ପୁରୀକୁ ହିଁ ମୂଳ ଜଗନ୍ନାଥ ଧାମ ଭାବେ ଗ୍ରହଣ କରାଯାଏ । ବିବାଦର ମୁଖ୍ୟ କାରଣ ନାମକରଣକୁ ନେଇ ଉପୁଜିଥିଲା ।

ସୂଚନାନୁସାରେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ସୁଭଦ୍ରା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । ବିଭିନ୍ନ ସମସ୍ୟା କାରଣରୁ ୧ ଲକ୍ଷ ୨୩ ହଜାରରୁ ଅଧିକ ମହିଳାଙ୍କୁ ମାର୍ଚ୍ଚ ୮ମହିଳା ଦିବସରେ ୪ର୍ଥ କିସ୍ତି ସୁଭଦ୍ରା ଟଙ୍କା ପାଇପାରିନଥିଲେ । ବଞ୍ଚିତ ଥିବା ୧ ଲକ୍ଷ ୨୩ ହଜାର ୮୪୯ ହିତାଧିକାରୀଙ୍କୁ ଆଜି ଟଙ୍କା ମିଳିଛି । ୬୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ଅବସରରେ ପ୍ରଭାତୀ ପରିଡା କହିଥିଲେ , ଆଜି ବହୁତ ବଡ଼ ଦିନ। ବିଜେପିର ସରକାର ତିନି ରାଜ୍ୟରେ ଆସିଛି ଓ ଆଜି ଆମ ରାଜ୍ୟରେ ବକେୟା ସୁଭଦ୍ରା ଟଙ୍କା ମହିଳାଙ୍କ ଖାତାକୁ ଯାଇଛି ।

 

Tags: