ଆଜି ମହାନଦୀ ଜଳ ବିବାଦ ବୈଠକ

ଆଜି ମହାନଦୀ ଜଳ ବିବାଦ ବୈଠକ
Samaya Live News Picture
Published On

ଭୁବନେଶ୍ୱର: ମହାନଦୀ ବିବାଦ ନେଇ ଆଜି ଉଚ୍ଚସ୍ତରୀୟ କମିଟି ବୈଠକ ବସିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଓଡ଼ିଶା-ଛତିଶଗଡ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ମାନସମନ୍ଥନ ହେବ। ଉଚ୍ଚସ୍ତରୀୟ କମିଟିରେ ସବୁ ଦଳର ସଦସ୍ୟ ଥିବାରୁ ସମାଧାନ ବାଟ ଫିଟିବା ନେଇ ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ କମିଟିରେ ବିଜେପି, ବିଜେଡି ଓ କଂଗ୍ରେସ ପ୍ରତିନିଧିମାନେ ଉପସ୍ଥିତ ରହିବେ।

ଗତକାଲି ମହାନଦୀ ଜଳ ବିବାଦରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଟ୍ରିବ୍ୟୁନାଲ । ଓଡ଼ିଶା ଭଳି ମନ୍ତ୍ରିସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟିବ୍ୟୁନାଲ । ଏ ନେଇ ଆଡଭୋକେଟ୍ ଜେନେରାଲ୍ ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଥିଲେ  । 

ମହାନଦୀ ଜଳ ବିବାଦ ନେଇ ସୋମବାର ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି । ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଗତ ଶୁଣାଣି ଏବଂ ଆଜିର ତାରିଖ ମଧ୍ୟରେ କଣ କଣ ନିଷ୍ପତ୍ତି ହୋଇଛି ତାହା ଉପସ୍ଥାପନ କରିଥିଲେ ।  

ସେହିପରି ଛତିଶଗଡ଼ ପକ୍ଷରୁ ବରିଷ୍ଠ ଆଇନଜୀବୀ କେ.କେ ଲାହିରୀ ମଧ୍ୟ କହିଥିଲେ ଯେ ଛତିଶଗଡ଼ ଦ୍ୱାରା ମଧ୍ୟ ସମାନ କାର୍ଯ୍ୟ କରାଯାଉଛି ଏବଂ ଉଭୟ ରାଜ୍ୟର ବୈଷୟିକ କମିଟିଗୁଡ଼ିକ ଜଳ ସମସ୍ୟା ଉପରେ ଆଲୋଚନା ଏବଂ ବିଚାର କରିବା ପରେ, ସିଏଫାଇରେ ଦାଖଲ ହୋଇଥିବା ତଥ୍ୟରେ ସେମାନଙ୍କର ଅସଙ୍ଗତି ମଧ୍ୟ ଆଦାନପ୍ରଦାନ କରିଛନ୍ତି । ଟ୍ରିବ୍ୟୁନାଲ ଶୁଣାଣି ସମୟରେ ଛତିଶଗଡ଼କୁ ମଧ୍ୟ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ କରୁ ବୋଲି ପରାମର୍ଶ ଦେଇଛନ୍ତି । 

ସେପଟେ ୨୦୨୬ ଏପ୍ରିଲ୍‌ରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ସରୁଥିବାରୁ ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଛି । ଏନେଇ ଲିଖିତ ଭାବେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଫେବ୍ରୁଆରୀ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି ।

 

Tags: