ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ଵର : ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ ହେବ। ଟ୍ରିବ୍ୟୁନାଲ ସ୍ପଟ୍ ଭିଜିଟ୍ କରି ସାରିବା ପରେ ମାର୍ଚ୍ଚ ୧୪ ତାରିଖରେ ଶୁଣାଣି ହେବ। ଏପ୍ରିଲ ୧୩ ତାରିଖରେ ଟ୍ରିବ୍ୟୁନାଲ ଅବଧି ଶେଷ ହେବାକୁ ଯାଉଛି।  ଓଡିଶା ଏବଂ ଛତିଶଗଡ ଟ୍ରିବ୍ୟୁନାଲ ଅବଧି ବୃଦ୍ଧି ପାଇଁ ଅନୁରୋଧ କରିସାରିଛନ୍ତି । ୨୦୨୭ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଟ୍ରିବ୍ୟୁନାଲ ଚେୟାରପର୍ସନ୍ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟ ହୋଇନଥିଲା। ଯେଉଁଥିପାଇଁ କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି ବୋଲି ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର ପୁଣି କମିଲା ସୁନା - ରୂପା ଦର

ସେପଟେ,ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ଆଜି ଶୁଣାଣିରେ ଓଡ଼ିଶାର କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ବଡ଼ ଓକିଲ ମଧ୍ୟ ଉପସ୍ଥିତ ହୋଇନାହାନ୍ତି ବୋଲି ଶୁଣିବାକୁ ମିଳୁଛି । ଯଦି ଏହା ସତ୍ୟ ତେବେ ଦୁର୍ଭାଗ୍ୟପୂର୍ଣ୍ଣ । ଏଥିରୁ ସ୍ପଷ୍ଟ ଯେ ସମସ୍ୟା ସମାଧାନ ପାଇଁ ସରକାରଙ୍କର କେତେ ଆନ୍ତରିକତା ଅଛି । ଆଗାମୀ ୯ ମାସ ଭିତରେ ଟ୍ରିବ୍ୟୁନାଲ ତାଙ୍କର ନିଷ୍ପତି ଶୁଣାଇବା ସମ୍ଭାବନା ନାହିଁ । ତେଣୁ ଯେତେ ପର୍ଯ୍ୟନ୍ତ ରାୟ ଆସିନାହିଁ, କାର୍ଯ୍ୟକାଳ ବଢାଇବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।

ସମ୍ବନ୍ଧିତ ଖବର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

 

ସମ୍ବନ୍ଧିତ ଖବର ଜଙ୍ଗଲ ନିଆଁ ଲିଭାଇବା ପାଇଁ ବ୍ୟବହାର ହେବ ମିନି ଡ୍ରୋନ୍‌

Tags: