ମହାନଦୀ ଜଳ ବିବାଦ ଆଲୋଚନା ଜାରି ରହିଛି - ମୁଖ୍ୟମନ୍ତ୍ରୀ

ମହାନଦୀ ଜଳ ବିବାଦ ଆଲୋଚନା ଜାରି ରହିଛି - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବହୁଦିନ ଧରି ଲାଗିରହିଥିବା ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । ଆଜି ବିଧାନସଭା ଅଧିବେଶନ ୩ୟ ଦିନରେ ଗୃହରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି , ଛତିଶଗଡ ସରକାରଙ୍କ ସହ ମନ୍ତ୍ରିସ୍ତରୀୟ କମିଟିର ଆଲୋଚନା ଜାରି ରହିଛି । ଦିଲ୍ଲୀରେ ୩ ଥର ସଚିବସ୍ତରୀୟ ବୈଠକ ହୋଇଛି । ୧୧ ଥର ଯୁଗ୍ମ ବୈଷୟିକ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ଏଥିସହିତ ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବାରୁ, ଏହି ପ୍ରସଙ୍ଗ ସବୁବେଳେ ରାଜ୍ୟ ପାଇଁ ସ୍ପର୍ଶକାତର । ମହାନଦୀକୁ ନେଇ ଉଭୟ ରାଜ୍ୟ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଥିବା ବିବାଦର ଆପୋଷ ସମାଧାନ ପାଇଁ ଦିଲ୍ଲୀରେ ମୁଖ୍ୟ ସଚିବ ସ୍ତରରେ ୩ଟି ବୈଠକ ଓ ୧୧ଟି ଯୁଗ୍ମ ବୈଷୟିକ କମିଟି ଅନୁଷ୍ଠିତ ହୋଇସାରିଛି ବାେଲି କହିଛନ୍ତି ।

ସମ୍ବନ୍ଧିତ ଖବର ହୋଟେଲ ଭିତରୁ ମାଲିକଙ୍କ ମୃତଦେହ ଉଦ୍ଧାର

 

ସମ୍ବନ୍ଧିତ ଖବର ନକଲି ମାଓ ପୋଷ୍ଟର ଲଗାଇବା ଘଟଣାରେ ୩ ଗିରଫ

Tags: