୨୬ ତାରିଖରେ ଓଡିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍
ଭୁବନେଶ୍ୱର : ୫ ଦିନିଆ ଓଡିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆସନ୍ତା ୨୬ ତାରିଖରେ ଓଡିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଫେବ୍ରୁଆରୀ ୨୬ ତାରିଖରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ, ସେମାନଙ୍କର ୪ ଦିନିଆ ଓଡିଶା ଗସ୍ତ ରହିଛି । ଏଥିରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ସହ ୧୦ ଜଣିଆ ଟିମ୍ ରେ ଓଡିଶାକୁ ଆସିବେ । ଏହି ୪ ଦିନିଆ ଗସ୍ତ ସମୟରେ ସମ୍ବଲପୁର ଓ ଝାରସୁଗୁଡା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ସୂଚନା ମିଳିଛି । ଟ୍ରିବ୍ୟୁନାଲ ଟିମର ଗସ୍ତକୁ ନେଇ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟମାନେ ଝାରସୁଗୁଡା, ସମ୍ବଲପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଏହି ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରିବ୍ୟୁନାଲର ଗସ୍ତ ପରେ ମହାନଦୀ ଜଳକୁ ନେଇ ଦୀର୍ଘଦିନ ଧରି ପଡୋଶୀ ଛତିଶଗଡ଼ ସହ ଲାଗି ରହିଥିବାର ବିବାଦର ସମାଧାନ ଶୀଘ୍ର ହେବ ବୋଲି ଆଶା କରାଯାଉଛି ।



